ଥୁଆମୂଳ ରାମପୁର ଗସ୍ତରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ

ପର୍ଯ୍ୟଟନସ୍ଥଳ ହେଲୋ ପଏଣ୍ଟର ପାରିପାର୍ଶ୍ବିକ ବିକାଶକୁ ଗୁରୁତ୍ବ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ ଦୟାମୟ ପାଢ଼ୀ। ସୋମବାର ଶ୍ରୀଯୁକ୍ତ ପାଢ଼ୀ ବ୍ଲକର ଅଡ୍ରୀ, ଗୋପୀନାଥପୂର, ମାଳିଗାଁ ଏବଂ ପୋଡାପଦର ପଞ୍ଚାୟତ ଗୁଡିକରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଥୁଆମୂଳ ରାମପୁର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ହେଲୋ ପଏଣ୍ଟ ପରିଦର୍ଶନ କରି ଏହାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ପର୍ଯ୍ୟଟନ କ୍ଷେତ୍ରରେ ଏହି ସ୍ଥାନଟିକୁ ଅଧିକ ଆକର୍ଷଣୀୟ କରିବା ସହିତ ଏହାର ଉନ୍ନତିକରଣ ନେଇ ସ୍ଥାନୀୟ ବନ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ସହିତ ଆଲୋଚନା କରିବା ନେଇ ସ୍ଥାନୀୟ ବ୍ଲକପ୍ରଶାସନକୁ ପରାମର୍ଶ ଦେଇଥିଲେ।

Udyog Nursery
Udyogi Nursery

ଏହି ସ୍ଥାନର ବିକାଶ ଓ ପର୍ଯ୍ୟଟକଟକଙ୍କୁ ଆକୃଷ୍ଟ କରିବା ଭଳି ସୌନ୍ଦର୍ଯ୍ୟକରଣ ପାଇଁ ଏହାର ଭିଭିଭୂମି ଅନୁଧ୍ୟାନ କରିଥିଲେ। ବନବିଭାଗର ସହଯୋଗରେ ତୁରନ୍ତ ଏହି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲି,ଏପିଡି ଅମୂଲ୍ୟ ବାଉଲ,ସହକାରୀ ଯନ୍ତ୍ରୀ ଦିଲ୍ଲୀପ ପଟେଲ ଏବଂ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.