ସାହିତ୍ୟ ଜୀବନ ଆଭାସୀ କବିତା ଆସର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜିକା ଭାବେ କୁମାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ମଞ୍ଚ ପରିଚାଳନା କରିଥିଲେ । ଉପ ସଭାପତି ଶ୍ରୀମତୀ ଶୋଭାଗିନି ନନ୍ଦ କବିତାର ସଂଜ୍ଞା ଓ ତାର ବିଭିନ୍ନ ଦିଗ ଉପରେ ସମ୍ୟକ ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଆଗ ଧାଡ଼ିର ଯୁବ କବୀ ଅହଲ୍ୟା ପଟ୍ଟନାୟକ ଓ ଯୁବ କବି ପତିତ ପାବନ ପାଣି ଓ ଯୁବ କବି ବିଶ୍ୱ ମହାପାତ୍ର ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡ଼ିର କବି କବୟିତ୍ରୀ କବିତା ପାଠ କରିଥିଲେ । କବିତା ଗୁଡ଼ିକ ସ୍ୱାଗତିକା ସାହୁ ସଂଯୋଜନା କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଏଥିରେ ସାମିଲ ହୋଇ ନିଜ ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ । ଶେଷରେ ଶୋଭାଗିନି ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.