ବର୍ଷାରେ ଭୁଷୁଡି ଯାଇପାରେ ନର୍ଲା ସାନ୍ଦୁଲ ବ୍ରିଜ ମୁଖ୍ୟ ରାଜ ରାସ୍ତା 

ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଛତିକୁଡ଼ାରୁ ମ.ରାମପୁର ଯାଏଁ ୪୦ କି.ମି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ଯ ଚାଲିଛି। ଘଣ୍ଟମାଳ ଗ୍ରାମ ପଂଚାୟତର ଟିଲେଇମାଲ ଯାଏଁ କାମ ଅଧାଅଧି ହୋଇଥିବା ବେଳେ ବାଲିପଡା ଯାଏଁ ରାସ୍ତା କଡର ଗଛ କଟା କାର୍ଯ୍ୟ ସମ୍ପାଦନ ହୋଇଛି। ଗୋହିରାପଦର, ନର୍ଲା ସାନ୍ଦୁଲ ବ୍ରିଜ ଓ ଜାମପଡା ପୋଲ ନିର୍ମାଣ ପାଇଁ ବାଇପାସ ରାସ୍ତା ମଧ୍ୟ ନିର୍ମିତ ହୋଇ ସାରିଛି। ଛତିକୁଡା ନିକଟରେ ରାସ୍ତା ମଝିରେ ଡିଭାଇଡରର ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ନିଜ ସ୍ବାର୍ଥ ସାଧନ ଓ ଖର୍ଚ୍ଚ ବଞ୍ଚେଇବା ପାଇଁ ବେଳେ ବେଳେ ଠିକାଦାର ମାନେ ସମୂହ ସ୍ବାର୍ଥ ଓ ସରକାରୀ ସମ୍ପତ୍ତିକୁ ଧୂଳିସାତ କରି ଦେବାପାଇଁ ମଧ୍ୟ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାମ ହେବାକୁଥିବା ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବେହେରାପାର୍ଟି ନିକଟରେ ରହିଥିବା ସାନ୍ଦୁଲ ବ୍ରିଜ ପାର୍ଶ୍ୱରେ। ଦୀର୍ଘ ୫୦ ବର୍ଷ ତଳେ ନିର୍ମିତ ହୋଇଥିବା ସାନ୍ଦୁଲ ବ୍ରିଜ ସ୍ଥାନେ ସ୍ଥାନେ ଭାଙ୍ଗି ଖାଲ ଖମାରରେ ଭରିଯିବା ସହ ରଡ ସବୁ ପଦାକୁ ବାହାରି ପଡ଼ିଛି। ଏଣୁ ରାସ୍ତା ପ୍ରଶସ୍ଥି କରଣ ସହ ବ୍ରିଜକୁ ଭାଙ୍ଗି ନୂଆ ବ୍ରିଜ ତିଆରି ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହ ବ୍ରିଜର ଡାହାଣ ପଟେ ଅଗ୍ନିଶମ ବିଭାଗ ଅଫିସ ସମ୍ମୁଖରେ ତିଆରି ହୋଇଛି ବାଇପାସ ରାସ୍ତା। ହେଲେ ସାନ୍ଦୁଲ ବ୍ରିଜ ନିକଟସ୍ଥ ପ୍ରେମାଟୋରୀୟମ ସମ୍ମୁଖସ୍ଥ ବ୍ରିଜର ଆରମ୍ଭ ମୁଣ୍ଡ ପିଚୁ ରାସ୍ତାର ତଳପଟୁ ମାଟି ଖୋଳି ସେହି ମାଟିକୁ ବାଇପାସ୍ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଇଛି। ବ୍ରିଜ ତ ଭଙ୍ଗା ହୋଇନି। ବୋଧେ ବର୍ଷା ଦିନ ଅତିକ୍ରାନ୍ତ ହେଲାପରେ ବ୍ରିଜ ଭଙ୍ଗା ଯାଇପାରେ। ବାଇପାସ୍ ରାସ୍ତା ନିର୍ମିତ ହୋଇଥିଲେ ମଧ୍ୟ ସେଥିରେ ଗାଡ଼ି ଚଳାଚଳ କରୁନି। ଆଉ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପିଚୁ ରୋଡ଼ ତଳୁ ପର୍ଯ୍ୟାପ୍ତ ମାଟି ଖୋଳା ଯାଇଥିବାରୁ ଏବେ ବର୍ଷାଦିନେ ବିଇଓ ଅଫିସ ପଟ ବ୍ରିଜକୁ ଲାଗିଥିବା ମୁଖ୍ୟ ପିଚୁରୋଡ ଭୁଷୁଡିବା ସମ୍ଭାବନା କୁ ଏଡେଇ ଦିଆଯାଇନପାରେ ବୋଲି ଅଭିଜ୍ଞ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ଠିକାଦାରଙ୍କୁ ଏଭଳି ବିବେକହିନ ଓ ଦାଇତ୍ୱହୀନ କାର୍ଯ୍ଯ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଅନୁମତି ଦେଲେ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଊଛି। ଜୋର ବର୍ଷା ହେବା ଓ ଝଡି ଧରିବା ପୂର୍ବରୁ ଏଇଠି ଗାଡୱାଲ ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି। ନହେଲେ ମୁଖ୍ୟ ପିଚୁ ରାସ୍ତା ଭୁଷୁଡି ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.