ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଶିକ୍ଷକ ସଙ୍ଘର ଆଲୋଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟର ଅଗ୍ରଣୀ ଶିକ୍ଷକ ସଂଗଠନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଲାଞ୍ଜିଗଡ଼ ବ୍ଲକ ଶାଖା କର୍ମକର୍ତ୍ତାମାନେ ବ୍ଲକ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇଙ୍କୁ ସାକ୍ଷାତ କରି ବ୍ଲକର ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନୂତନ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିବା, ବର୍ତ୍ତମାନ କାର୍ଯ୍ୟାଳୟରେ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା, ବକେୟା ଥିବା ବିଭିନ୍ନ ପ୍ରାପ୍ୟ ପ୍ରଦାନ କରିବା, ଅବସରପ୍ରାପ୍ତ ଶିକ୍ଷକମାନଙ୍କ ସମସ୍ତ କାଗଜପତ୍ର ଶୀଘ୍ର ପ୍ରଦାନ କରିବା, କନିଷ୍ଠ ଶିକ୍ଷକମାନଙ୍କ ନିୟମିତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଶିକ୍ଷକମାନଙ୍କ ସେବା ପୁସ୍ତିକାକୁ ଠିକ ସମୟରେ ଅପଡେଟ କରିବା ଇତ୍ୟାଦି ପ୍ରସଙ୍ଗରେ ବ୍ଲକ ସଭାପତି ପ୍ରମୋଦ କୁମାର ମହାନ୍ତି ଓ ସମ୍ପାଦକ ଏମ୍.ଏସ୍. ଶେଖର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଆଲୋଚନା ସମୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣା, ସୁଢଳଦେବ ମୁଣ୍ଡ ଓ ଲଷ୍ମୀପ୍ରିୟା ମୁଦୁଲି ଉପସ୍ଥିତ ଥିବାବେଳେ ଶିକ୍ଷକ ସଙ୍ଘ ତରଫରୁ ଜିଲ୍ଲା ଉପ-ସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ବ୍ଲକ ଉପଦେଷ୍ଠା ତପନ କୁମାର ଭୋଇ, ଚିନ୍ତାମଣି ବିଶ୍ୱାଳ ଓ ବ୍ଲକ କର୍ମକର୍ତ୍ତା ଗୁରୁଗୋବିନ୍ଦ ମହାନ୍ତି, ପ୍ରକାଶ ପଧାନ, ସୌଭାଗ୍ୟ ରଞ୍ଜନ ସାହୁ, ମୋନାଲିସା ଜେନା, ଭୁବନେଶ୍ୱର ସାହୁ, ରତ୍ନାକାର ଦୋରା, ସୁନୀଲ ମଲ୍ଲିକ, ଜଳନ୍ଧର ମାଝୀ, ଶରତ ସାହାଣୀ, ଚିନ୍ମୟ ମୁଦୁଲି, ଜଗଦୀଶ ପୁଟା, ପରମେଶ୍ୱର ନାଏକ, ଶିବରାମ ପ୍ରଧାନ, ଜିତେନ୍ଦ୍ର ନାୟକ, ଭବାନୀ ବାରିକ, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜୁଲାଇ ମାସରେ ବ୍ଲକ ସଙ୍ଘ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ସମ୍ପାଦକ ଏମ୍.ଏସ୍. ଶେଖର ସୂଚନା ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.