ବିଦ୍ୟୁତ ସର୍ଟ ସର୍କିଟ ହୋଇ ଘରେ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରି ପାଲି ଗ୍ରାମ ପଞ୍ଚାୟତର ବିମଳା ଚିକନୁ ପଡାର ନବୀନ ରାଉତ ବୟସ ୨୭ ବର୍ଷ ପିତା ଗୁଣଧର ରାଉତଙ୍କ ଘର ବିଦ୍ୟୁତ ସର୍ଟ ସର୍କିଟ ହେବା ଫଳରେ ନିଆଁ ଲାଗି ଆସବାବପତ୍ର ନଷ୍ଟ ସୋଇଯାଇଛି। ନବୀନ ରାଉତ ଅପରାହ୍ନ ଚାରି ଘଟିକା ସମୟରେ ଅନୁପସ୍ଥିତ ରହିଥିବା ବେଳେ କୁଲର ରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଗ୍ରାମ ର ଲୋକେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବା ପାଇଁ ବିଭିନ୍ନ ଉଦ୍ୟମ କରିବା ସତ୍ତ୍ବେ ନିଆଁ କୁ ଲିଭାଇବା ପାଇଁ ସକ୍ଷମ ହୋଇ ନ ଥିଲେ। ପରେପରେ ଦମକଳ ବାହିନୀ କୁ ଯୋଗାଯୋଗ କରିବା ପରେ ଦମକଳବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲେ। ତାଙ୍କ ପରିବାର ରେ ପଞ୍ଚ ଜଣ ପରିବାର ଥିବାବେଳେ ଦୁଇ ଜଣ ନାବାଳକ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନବୀନ ରାଉତ କହିବା ଅନୁସାରେ ଗୃହରେ ନିଆଁ ଲାଗି ଫଲରେ ଗୃହ ଭିତରେ ଥିବା କୁଲର, ଗ୍ରାଇଣ୍ଡର, ପଲଙ୍କ, ଆଲମାରୀ, ଟିବି, ଟେଣ୍ଟ ସାମାନ ସହିତ ଟଙ୍କା ପଇସା ପୋଡ଼ି ନଷ୍ଟ ହୋଇଯାଇଛି। ଉଚ୍ଚଳା ରାଜସ୍ୱ ସହ ନିରୀକ୍ଷକ ଉମାକାନ୍ତ ଡଙ୍ଗରୀ, ଏବଂ ସହ କର୍ମଚାରୀ ପ୍ରଫୁଲ୍ଲ ମଝୀ ଘଟଣାସ୍ଥଳରେ ପହଂଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିବା ବେଳେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦୈତାରୀ ଛତ୍ରୀଆ ଉପସ୍ଥିତ ରହି ଥିଲେ।

Udyog Nursery
Udyogi Nursery

ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ସୋଇଯାଇଥିବାରୁ ପରିବାର ଲୋକେ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଏବଂ ରାଜସ୍ବ ସହ ନିରୀକ୍ଷକଙ୍କୁ ଦାବି ଜଣାଇଥିଲେ। ପରେ ସହ ନିରୀକ୍ଷକ ଏବଂ ସରପଞ୍ଚ ପ୍ରତିନିଧି ଆମ ଦ୍ବାରା ଯାହା ସମ୍ଭବ ହେବ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.