ପନ୍ଦର ଦିନ ହେଲା ଏଟିଏମ୍ ଅଚଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବସ୍ ଷ୍ଟାଣ୍ଡ ରେ ଥିବା ଏଟିଏମ୍ ପ୍ରାୟ ପନ୍ଦର ଦିନ ଉପରେ ହେଲାଣି ଅଚଳ ହେଇ ପଡ଼ିଛି । ମ.ରାମପୁର ଏକ ବ୍ୟସ୍ତ ବହୁଳ ସହର ତଥା ଏହି ସହର ଉପରେ ପଡୋଶୀ ବଲାଂଗୀର, କନ୍ଧମାଳ ଅଞ୍ଚଳ ବାସି ନିର୍ଭର କରନ୍ତି । ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ବେଳେ ଏହି ଠାରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଦୁଇଟି ଏଟିଏମ୍ । ଗୋଟିଏ ବସ୍ ଷ୍ଟାଣ୍ଡ ଓ ଅନ୍ୟଟି ବ୍ୟାଙ୍କ ଶାଖା ପାଖରେ ରହିଛି । ବସ୍ ଯୋଗେ ଆସିଥିବା ଲୋକେ ବସ୍ ଷ୍ଟାଣ୍ଡ ରେ ଥିବା ଏଟିଏମ୍ ଉପରେ ନିର୍ଭରଶୀଳ ରୁହନ୍ତି । କିନ୍ତୁ ଏହି ଏଟିଏମ୍ ଟି ପ୍ରାୟ ସମୟ ଲୋକଙ୍କୁ ହତାଶ କରିଥାଏ । ଏବେ ପୁଣି ଥରେ ପ୍ରାୟ ପନ୍ଦର ଦିନରୁ ଅଧିକ ହେବ ଅଚଳ ହେଇ ପଡ଼ିଥିବା କାରଣରୁ ଗ୍ରାହକ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସାମାଧାନ ପାଇଁ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.