ପତ୍ରା ଜଙ୍ଗଲରୁ ହଜାର ହଜାର ଟ୍ରିପ ମାଟି ଚୋରାଚାଲାଣ : ନୀରବ ପ୍ରଶାସନ, ଠିକା ସଂସ୍ଥା ମାଲେମାଲ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ବାଲି, ମାଟି ଚୋରା ଚାଲାଣ ରୋକିବା ପାଇଁ ଆଇନ ପ୍ରଣୟନ କରି ରାଜସ୍ବ ଆଦାୟ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ଏହାର ବିପରୀତ ଦେଖିବା ମିଳୁଛି। ପ୍ରଶାସନ ଓ ଠିକା ସଂସ୍ଥାର  ମଧୁଚନ୍ଦ୍ରିକା ଯୋଗୁଁ ହଜାର ହଜାର ଟ୍ରିପ ମାଟି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ ଅଧୀନସ୍ଥ ଧରବଗଡ଼ ପଞ୍ଚାୟତ ଗୋଏଲଭାଡ଼ି ପାଖରେ ଥିବା ପତ୍ରା ଜଙ୍ଗଲରେ। ପତ୍ରା ଜଙ୍ଗଲ ଠାରୁ ମାଟି ଚାରାଚାଲାଣ ହେଉଥିବା ଗୁରୁତର ଅଭିଯୋଗ ହେଉଛି। ଖବର ପାଇ ଘଟଣାସ୍ଥଳକୁ ସଇଁତଲା ତହସିଲଦାର ଓ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀ ପହଂଚି ଘଟଣାର ଅନୁଧ୍ୟାନ କରି ଫେରି ଆସିଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ବଡ଼ମାଳରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ତୃତୀୟ ରେଲୱେ ଲାଇନ ପାଇଁ ଅନୁଦାନ ଆସିଥିବା ବେଳେ ଏହାର ସୁଯୋଗ ନେଇ ଜୈନିକ ଠିକା ସଂସ୍ଥା ଗୋଏଲଭାଡ଼ିରୁ ଧରବଗଡ଼ ରାସ୍ତା ମଝିରେ ଥିବା ପତ୍ରା ଜଙ୍ଗଲ ଠାରୁ ମାଟି ଉଠାଣ କରି ନୂତନ ଭାବେ ନିର୍ମାଣ କରାଯାଉଥିବା ରେଲୱେ ଲାଇନରେ ମାଟି ପକାଉଛନ୍ତି। ଉକ୍ତ ମାଟି ଉଠାଣ ହେବା ଦ୍ୱାରା ଜଙ୍ଗଲର ମାଟି ଓ ଶହ ଶହ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସରକାର ମଧ୍ୟ ରାଜସ୍ୱ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ତହସିଲଦାର ଆଶିଷ ଏକ୍କାଙ୍କୁ ପଚାରିବାରୁ ୧୪/୧୫ ଏକର ଜଙ୍ଗଲରୁ ମାଟି ଖନନ କରିଥିବା ପ୍ରକାଶ କରିବା ସହ ଆରଆଇଙ୍କ ରିପୋର୍ଟକୁ ନେଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ। ଅନ୍ୟପଟେ ଫରେଷ୍ଟର ପ୍ରିୟଙ୍କା ପୋଢ଼ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ମାଟି ଖନନ ସ୍ଥାନ ପତ୍ରା ଜଙ୍ଗଲ ରହିଥିବା ପ୍ରକାଶ କରିଥିଲେ। ଏଣୁ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଠିକା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.