କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଧର୍ମଗଡ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ନୂତନ ଭତ୍ତା ବଣ୍ଟନ

ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ହେଲେ ଅଞ୍ଚଳର ବିକାଶ ହେବ -ବିଧାୟକ ସୁଧିର ପଟ୍ଟଯୋଶୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ଧର୍ମଗଡ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ଆୟୋଜିତ ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ, ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରମୁଖ ବିଧାୟକଙ୍କୁ ଶୁଭେଚ୍ଛା ଅଭିନନ୍ଦନ ସହ ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନା ସଭାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିଲେ। ସେହିପରି ଭାବେ କୋକସରା ବ୍ଲକର ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ସାମ୍ୱାଦିକ ସଂଘ ପକ୍ଷରୁ ସ୍ଵାଗତ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା ଅବସରରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ହେଲେ ଅଞ୍ଚଳ ବିକାଶ ହେବ ଓ ସମସ୍ୟାର ସମାଧାନ ପାଇଁ ସତଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ନୂତନ ଭାବରେ ୬୨ ଜଣ ହିତାଧିକାରୀଙ୍କୁ ଭତାପରିଚୟ ପତ୍ର ଓ ଅର୍ଥରାଶି ପ୍ରଦାନ କରିଥିଲେ ଧର୍ମଗଡ଼ ବିଧାୟକ। ସମ୍ବର୍ଦ୍ଧନା ସଭାରେ ବ୍ଳକର ସମସ୍ତ ସରପଞ୍ଚ, ସମିତିସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସାମ୍ସବାଦିକଙ୍କ ମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.