ନର୍ଲାରେ ମିଲେଟ ଟିଫିନ ସେଣ୍ଟର ଉଦ୍ଘାଟନ କଲେ ବିଧାୟିକା ମନୋରମା ମହାନ୍ତି

ଅତିଥିଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ସ୍ଵାଦିଷ୍ଟ ଲଡୁ, ଇଡିଲି, ବରା, ନିମିକି, ସିଙ୍ଗଡ଼ା, ପକୋଡ଼ି, ଲସି ଓ କଫି ପରଶିଲେ ସଦସ୍ୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ଚାଲିଥିବା ମିଶନ ଶକ୍ତି କାଫେରେ ମିଲେଟ ଟିଫିନ ସେଣ୍ଟରର ଶୁଭ ଉଦ୍ଗାଟନ କରିଛନ୍ତି ନର୍ଲାର ନବ ନିର୍ବାଚିତା ବିଧାୟିକା ମନୋରମା ମହାନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନାରେ ଚାଲି ଆସୁଥିବା ମିଶନ ଶକ୍ତି କାଫେରେ କେବଳ ମିଲ୍ସ ପ୍ରସ୍ତୁତ ହେଉଥିଲା । ହେଲେ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସ୍ୱାସ୍ଥ୍ୟକର କ୍ଷୁଦ୍ର ଶସ୍ୟ ମାଣ୍ଡିଆକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ଏହାର ବହୁଳ ବ୍ୟବହାର ପାଇଁ ସମସ୍ତଙ୍କୁ ଆଗ୍ରହ କରିବା ସହିତ ଚାଷୀ ମାନଙ୍କୁ ମଧ୍ୟ ଏନେଇ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାଣ୍ଡିଆରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରି ବଜାରେ ଉପଲବ୍ଧ କରାଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିମାନେ । ଏଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହି କ୍ରମରେ ନର୍ଲାରେ ରହିଥିବା ମିଶନ ଶକ୍ତି ଅନୁକୂଲ୍ୟରେ ନର୍ଲା ନର୍ଲାରେ ଚାଲୁଥିବା ଶକ୍ତି କାଫେରେ ମିଲେଟ ଟିଫିନ ଷ୍ଟଲକୁ ସଂଯୁକ୍ତ କରାଯାଇଛି । ଏଥିପାଇଁ ମିଶନ ଶକ୍ତିର ମହିଳା ମାନଙ୍କୁ ରାଜ୍ୟ ସରକାର ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଏହାର ଶୁଭ ଉଦ୍ଘାଟନ କରିଛନ୍ତି ।

Udyog Nursery
Udyogi Nursery

ନର୍ଲା ମିଶନ ଶକ୍ତି ସଂଯୋଜକ ରୋହିତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ମିଶନ ଶକ୍ତିର ୱାଇପି ଅଧିକାରୀ ଅର୍ମାନପ୍ରସାଦ ମିଶ୍ର, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ସେକ୍ସନ ଅଫିସର ଦିଗ ପଧାନ,ଆକାଉଣ୍ଟ ଅଫିସର ପଞ୍ଚାନନ ତାଣ୍ଡି, ସିଡିପିଓ ବିନୋଦିନୀ ପଣ୍ଡା, ନର୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କର, ବ୍ଲକ କୃଷି ଅଧିକାରୀ ରଜତ ମିଶ୍ର, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ସ୍ଵେଚ୍ଛାସେବୀ ଗୋବିନ୍ଦ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ମିଶନ ଶକ୍ତି ଫେଡେରେସନର ଇସି ସଦସ୍ୟା ଧର୍ମିଷ୍ଟା ବାରିକ, ହେମଲତା ଗହୀର, ନୃପତି ମାଝୀ, ଅନାମିକା ଭୋଇ, ବୈଦେହୀ ସାହୁଙ୍କ ସମେତ ୧୧ ଜଣ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଫିତା କାଟି ମିଲେଟ ଟିଫିନ ସେଣ୍ଟରର ଉଦ୍ଘାଟନ କରିଥିଲେ ।

ଏହାପରେ ଉପସ୍ଥିତ ଅତିଥିଙ୍କୁ ମିଶନ ଶକ୍ତିର ସଦସ୍ୟାମାନେ ମିଲେଟ ଟିଫିନ ସେଣ୍ଟରରେ ମାଣ୍ଡିଆରେ ପ୍ରସ୍ତୁତ ଲଡୁ, ବରା, ନିମକି, ଇଡଲି, କଫି, ଲସି ସିଙ୍ଗଡା ପ୍ରଭୃତି ପରଷି ଥିଲେ । ନର୍ଲା ଅଞ୍ଚଳରେ ମିଲେଟ ଟିଫିନ ସେଣ୍ଟରର ଆବଶ୍ୟକ ରହିଥିଲା । ଏଥର ନର୍ଲା ଅଞ୍ଚଳର ଲୋକେ ଏକ ନୂଆ ଭେରାଇଟିର ସ୍ୱାସ୍ଥ୍ୟକର ଟିଫିନ ପାଇ ପାରିବେ । ଏହା ସାଙ୍ଗକୁ ମିଶନ ଶକ୍ତିର ମହିଳା ମାନଙ୍କର ମଧ୍ୟ ଆର୍ଥିକ ବିକାଶ ହୋଇ ପାରିବ ବୋଲି ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.