ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଥାନାରେ ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଜିଲ୍ଲା ପୋଲିସ ଅଫିସର ଅଭିଜ୍ଞ ତଥା ବରିଷ୍ଠ ଇନ୍ସପେକ୍ଟର ରମେଶ କୁମାର ମାହାଣା ଯୋଗଦାନ କରିଛନ୍ତି। ସହରରେ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଅପରାଧ ନିୟନ୍ତ୍ରଣ ଉପରେ ପ୍ରଥମେ ପ୍ରାଥମିକତା ଦେବି ବୋଲି ଶ୍ରୀ ମହାଣା ସାମ୍ୱାଦିକଙ୍କୁ କହିଛନ୍ତି। ପୁର୍ବରୁ କାର୍ଯ୍ୟରତ ଥିବା ଆଇଆଇସି ଲୋକନାଥ ସାହୁଙ୍କୁ ଡିଏସ୍ପି ଭାବେ ପଦୋନ୍ନତି ମିଳିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶ୍ରୀ ସାହୁ ଯୋଗ ଦେଇଥିବା ବେଳେ ସୋନପୁରରେ ତାଙ୍କ ଚାରି ମାସ କାର୍ଯ୍ୟକାଳ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣକାରୀ ଓ ସଟ୍ଟା ଜୁଆଡନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସୁବର୍ଣ୍ଣପୁର ଏସପି ୟଶ ପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶରେ ତଥା ପରାମର୍ଶରେ ଶ୍ରୀ ସାହୁ ଜୁଆ ଓ ସଟ୍ଟା ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଉଜୁଡ଼ି ଯାଉଥିବା ଶହ ଶହ ପରିବାରକୁ ସର୍ବସ୍ବାନ୍ତ ହେବାରୁ ରକ୍ଷା କରିବା ସହ ସହରରେ ସାଧାରଣ ଜନତାଙ୍କ ପ୍ରଶଂସାର ପାତ୍ର ହୋଇଥିଲେ।