ନର୍ଲାରେ ରୋଗୀ କଲ୍ୟାଣ ସମିତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଅଞ୍ଚଳର ସ୍ବାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସମସ୍ୟା ଗୁଡ଼ିକ ଉପରେ ମଧ୍ୟ ଉପସ୍ଥିତ ସଦସ୍ୟ/ସଦସ୍ୟା ମାନଙ୍କୁ ପଚାରି ବୁଝିଥିଲେ। ବୈଠକରେ ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ରିପୁନାଥ ସୁନା, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଏବିଇଓ ସୂର୍ଯ୍ୟଦେବ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ବିନୋଦିନୀ ପଣ୍ଡା, ଡ଼ ପୁଷ୍ପାରାଣୀ ଚନ୍ଦ୍ରାକର, ପ୍ରଶାନ୍ତ କୁମାର ରଣା, ଫାର୍ମାସିଷ୍ଟ ଶାନ୍ତୁନୁ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସହ ରୋଗୀ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ଶବ ବ୍ୟବଚ୍ଛେଦ ଗୃହ, ଡାକ୍ତର ସମସ୍ୟା, ବିଭିନ୍ନ ଯନ୍ତ୍ରପାତି ପରିଚାଳନା ପାଇଁ ଥ୍ରି ଫେଜ୍ ଲାଇନ କନେକ୍ସନ, ଡ଼ାକ୍ତରଖାନା ପରିସରରେ ଷ୍ଟାଫ କ୍ବାଟର ନିର୍ମାଣ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବିଧାୟିକା ଶ୍ରୀମତୀ ମହାନ୍ତି ଏସବୁ ଦାବି ଗୁଡ଼ିକର ଶିଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେବାସହ ବିଧାୟକ ପାଣ୍ଠିରୁ ପ୍ରଥମ ଅଂଶ ହସ୍ପିଟାଲକୁ ଦେବେ ବୋଲି କହିଛନ୍ତି। ବିପିଏମ ସବିର ପଧାନ ମଞ୍ଚ ପରିଚାଳନା କରିଥିବାବେଳେ ଡ଼ା ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.