ବ୍ଲକ ସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଓ ମଦନପୁର ରାମପୁର ବ୍ଲକକୁ ନେଇ ୩ଦିନିଆ ଆକାଂକ୍ଷୀ ପାଠ୍ୟକ୍ରମ ଅଧୀନ “କ୍ରିଡାଙ୍ଗନ” ଶିବିର ତୁଳାପଡା ଦାମୋଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଓ ଏମ ରାମପୁର ବ୍ଲକର ବିଭିନ୍ନ ହାଇସ୍କୁଲରୁ ୪୪ ଜଣ ମେଣ୍ଟର ଶିକ୍ଷକଙ୍କର ଏହି ପ୍ରଶିକ୍ଷଣ ଶିବିରଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଶିବିରରେ ରାଜ୍ୟ ସମ୍ବଳ ଶିକ୍ଷକ (ଏସଆରଜି) ଆଲୋକ ବେହେରା ତଥା ଜିଲ୍ଲା ସପୋର୍ଟ ଅଧିକାରୀ ବିକାଶ ମେହେର ଅତିଥି ଭାବରେ ଯୋଗଦେଇ ଶିବିରାର୍ଥିମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ଶିବିରରେ ବ୍ଲକ ସମ୍ବଳ ଶିକ୍ଷକ ସମୀର ରଞ୍ଜନ ନାଏକ (ମୁସ୍କୁଟି ଉଚ୍ଚ ବିଦ୍ୟାଳୟ) ଓ ଅଭିଷେକ ଛତ୍ରିଆ (ମ. ରାମପୁର) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ଅତ୍ୟନ୍ତ ଉପାଦେୟ ଓ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶ ନିମନ୍ତେ ଏହା ମେଣ୍ଟର ଶିକ୍ଷକ ମାନଙ୍କ ଲାଗି ପଥ ପ୍ରଦର୍ଶକ ହୋଇପାରିବ ବୋଲି ପ୍ରଶିକ୍ଷାର୍ଥି ମାନେ କହିଛନ୍ତି। ଉଦଯାପନୀ ସମାରୋହରେ ଅତିଥି ଭାବେ ବିନୟ କିଶୋର ଦାଶ ବରିଷ୍ଠ ଶିକ୍ଷକ ଭିମକେଲା, ବିମଳ ପ୍ରଧାନ ତୁଳାପଡା ଉଚ୍ଚ ବିଦ୍ୟାଳୟ, ନାରାୟଣ ପ୍ରଧାନ, ଘୋଡାବନ୍ଧ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.