ମାନବିକତା ଦେଖାଇଲେ ବ୍ରଜେଶ୍ୱରୀ, ବଞ୍ଚିଗଲା ବୃଦ୍ଧଙ୍କ ଜୀବନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଅପରାହ୍ନରେ ବୀରମହାରାଜପୁର-ସମ୍ବଲପୁର ମୁଖ୍ୟ ରାସ୍ତା ମୁଣ୍ଡୋଘାଟ ଠାରେ ଜଣେ ୭୦ ବର୍ଷୀୟ ବୃଦ୍ଧ ହୃଦଘାତରେ ହଠାତ୍ ଅଚେତ୍ ହୋଇ ପଡ଼ିଯାଇଥିବା ଦେଖି ଲୋକେ ଘଟଣା କିଛି ବୁଝି ନ ପାରି ଭିଡ଼ ଜମାଇଥିଲେ। ଠିକ୍ ଏହି ସମୟରେ ମୁଣ୍ଡୋଘାଟ ଏଚଡବ୍ଲୁସି ( ମେଡିକାଲ୍ ) ର କମ୍ୟୁନିଟି ହେଲଥ୍ ଅଫିସର ବ୍ରଜେଶ୍ଵରୀ ତ୍ରିପାଠୀ ଡ଼ିଉଟି ଯାଉଥିବା ବେଳେ ଘଟଣାସ୍ଥଳରେ ଅଟକି ଯାଇଥିଲେ ଏବଂ ଅଚେତ୍ ଅବସ୍ଥାରେ ରାସ୍ତାରେ ପଡିଥିବା ବୃଦ୍ଧଙ୍କ ଛାତିକୁ ବାରମ୍ବାର ବ୍ରିଦିଂ କରି ବୃଦ୍ଧଙ୍କ ଚେତା ଫେରାଇବାରେ ସକ୍ଷମ ହୋଇଥିଲେ। ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ପାଇଁ ଉକ୍ତ ରୋଗୀଙ୍କୁ ସୋନପୁର ମେଡିକାଲ୍ ପଠାଇ ଥିଲେ ମହିଳା ସ୍ବାସ୍ଥ୍ୟ ଅଧିକାରୀ ବ୍ରଜେଶ୍ୱରୀ। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ତ୍ରୀପାଠୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଏକ ଅଜଣା ବୃଦ୍ଧଙ୍କ ବହୁମୂଲ୍ୟ ଜୀବନ ଟିଏ ବଞ୍ଚି ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ତଥା ଜିଲ୍ଲାର ବୁଦ୍ଧିଜୀବୀ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.