ମନୋଜ ଆହୁଜା ଓଡ଼ିଶାର ନୂତନ ମୂଖ୍ୟ ଶାସନ ସଚିବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜା ହୋଇଛନ୍ତି ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା । ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ରେ ସରିବାକୁ ଯାଉଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ ରେ ସରୁଛି । ଆଉ ତାଙ୍କ ସ୍ଥାନ ମନୋଜ ଆହୁଜା ନେଇଛନ୍ତି । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଆହୁଜା ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ ସରି ସାରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଓ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏହା ସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ କାମ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟରେ ସେ ସିବିଏସଇର ଚେୟାରମ୍ୟାନ ଭାବେ ମଧ୍ୟ କାମ କରିଛନ୍ତି । ମନୋଜ କେନ୍ଦ୍ରରେ ଏବେ କୃଷି ମନ୍ତ୍ରାଳୟ ସଚିବ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗୁଡ୍ ବୁକ୍‌କୁ ଆସିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.