ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ ସ୍ଵତନ୍ତ୍ର ଟ୍ରେନ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୩୧୫ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଆଲୋଚନା ପରେ ସେ ଏନେଇ ଜଣାଇଛନ୍ତି। ତେବେ ଟ୍ରେନ୍‌ଗୁଡ଼ିକ ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚିବ। ଏହାଛଡ଼ା ୧୫ ହଜାର ଯାତ୍ରୀ ରହିବା ଭଳି ଟେଣ୍ଟ ଲଗାଯିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.