ହେଲମେଟ ନପିନ୍ଧିଲେ  ଦରମା ବନ୍ଦ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଅମାନିଆ। ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମାର ଚିଠି ସାମ୍ନାକୁ ଆସିଛି। ବାଇକ୍‌ ଚାଳନା ସମୟରେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା। ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ଶିକ୍ଷା ଆଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାଇକ୍ ଚଳାଇବା ବେଳେ ପ୍ରାଥମିକ ଶିକ୍ଷକ ମାନେ ହେଲମେଟ୍ ପିନ୍ଧିବାକୁ ସେ ବାଧ୍ୟତାମୂଳକ କରିଛନ୍ତି। ନଚେତ୍ ସମ୍ପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବନ୍ଦ କରାଯିବ। ଏହି ଚିଠି ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିବା ସହ ହଇଚଇ ସୃଷ୍ଟି ହୋଇଛି। ଏପଟେ ଲୋକେ କିଭଳି ଟ୍ରାଫିକ ନିୟମ ମାନିବେ ତାହାରି ଉପରେ ନଜର ରଖିଛି ପ୍ରଶାସନ। ଏହାସତ୍ତ୍ୱେ, କେତେକ ଲୋକ ସରକାରୀ କର୍ମଚାରୀ ହୋଇ ମଧ୍ୟ ସରକାରଙ୍କ ନିୟମ ଭାଙ୍ଗିବାକୁ ପଛାଉ ନାହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.