ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ରହିବ ବିଦ୍ୟୁତ୍ ସରବରାହ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତାକାଲି ୩୦ ତାରିଖ ରବିବାର ଦିନ ସକାଳ ୭ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ନେଇ ଓଡିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିଃ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ୫୭ ନଂ ଜାତୀୟ ରାଜପଥ ଉପରେ ଥିବା ବଲାଙ୍ଗୀର ନୁଆ – ସୋନପୁର ୧୩୨ କେଭି ଲାଇନ ତାର ସ୍ଥାନାନ୍ତରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ ଏଥି ପାଇଁ ବିଦ୍ୟୁତ୍ କାଟ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.