ସର୍ଗିଗୁଡାରେ ଦୋକାନ ତାଲା ଭାଙ୍ଗି ଚୋରୀ ଉଦ୍ୟମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଚୋରୀ, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ଦିନ ଦ୍ବିପହରରେ ଲୋକଙ୍କୁ ଲଙ୍କାଗୁଣ୍ଡ ମାରି ଲୁଟ୍ କରୁଛନ୍ତି ତ’ ଆଉକେବେ ରାତି ଅଧରେ ଦୋକାନ ଘର ତାଲ ଭାଙ୍ଗି ଦୁବୃର୍ତ୍ତ ମାନେ ଚୋରୀ କରି ନେଉଥିବା ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ନିଲମ୍ବିତ ରାତିରେ ମୋଟେର ଫାଣ୍ଡି ଅଧିନ ସର୍ଗିଗୁଡା ଗ୍ରାମର ଦୁଇଟି ଦୋକାନକୁ ଦୁବୃର୍ତ୍ତ ମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଗ୍ରାମର ପୁରୁଷୋତ୍ତମ ରାଜପୁତ ଓ କ୍ଷୀର ନାଏକଙ୍କ ଦୋକାନକୁ ଲୁଟେରା ମାନେ ତାଲା ଭାଙ୍ଗି ଚୋରୀ ଉଦ୍ୟମ କରୁଥିଲେ। ଏହି ସମୟରେ ଘର ଲୋକେ ଜାଣିପାରି ଉଠିବା ପରେ ଦୁବୃର୍ତ୍ତ ମାନେ ସେଠାରୁ ଚମ୍ପଟ ମାରି ଫେରାର ହୋଇଯାଇଥିଲେ। ତେବେ ଉଭୟ ଦୋକାନରୁ ଚୋରମାନେ କୈାଣସି ସାମଗ୍ରୀ ନେବାରେ ସଫଳ ହୋଇ ନଥିବା ଦୋକାନ ମାଲିକମାନେ ପ୍ରକାଶ କରିଛନ୍ତି। ଏନେଇ ମୋଟେର ଫାଣ୍ଡିରେ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟଙ୍କୁ ପଚାରିବାରୁ ଖବର ମିଳିଛି ହେଲେ ଲିଖିତ ଭାବେ କୈାଣସି ଅଭିଯୋଗ ଆସି ନଥିବା ପ୍ରକାଶ କରିଛନ୍ତି। ତେବେ ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ଘଟୁଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ସଂଚାର ହୋଇଛି। ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ପେଟ୍ରୋଲିଂ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.