ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟର ବିରାଟ କୋହଲି ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାର୍ବାଡୋସରେ ଚାଲିଥିବା ଟି-୨୦ ବିଶ୍ୱକପର ମ୍ୟାଚ ପରେ ସେ ଅବସର ବାବଦରେ ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଭାବ ବିହୋଳ ହୋଇ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଏହା ତାଙ୍କର ଶେଷ ଟି-୨୦ ବିଶ୍ୱକପ୍ ଥିଲା। ଏହା ହିଁ ଆମେ ହାସଲ କରିବାକୁ ଚାହୁଁଥିଲୁ ବୋଲି ସେ କହିଛନ୍ତି। ନିଜ ତଥା ଦଳର ସଫଳତା ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ବିରାଟ। ଅବସର ପୂର୍ବରୁ ଏହିପରି ଏକ ବିଜୟକୁ ସେ ଅପେକ୍ଷା କରିଥିଲେ ବୋଲି କହିଛନ୍ତି। ତେଣୁ ବିଜୟ ପରେ ଭାରତ ପକ୍ଷରୁ ଏହା ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଥିଲା ବୋଲି କହିଛନ୍ତି । ତେବେ ଦଳ ହାରିଥିଲେ ମଧ୍ୟ ସେ ଅବସର ଘୋଷଣା କରିଥାନ୍ତେ। କିନ୍ତୁ ବିଜୟ ହୋଇଥିବାରୁ ସେ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ଟି-୨୦ ମ୍ୟାଚକୁ ଆଗକୁ ନେବାର ସମୟ ଆସିଛି। ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଅପେକ୍ଷା କରିଥିବା ଆମ ପାଇଁ ଦୀର୍ଘ ସମୟ ବିତିଗଲାଣି ବୋଲି କହିଛନ୍ତି। ରୋହିତ ୯ଟି ଟି-୨୦ ବିଶ୍ୱକପ୍ ଖେଳିଛନ୍ତି ଏବଂ ସେ ଷଷ୍ଠ ବିଶ୍ୱକପ ବୋଲି କହିଛନ୍ତି। ଏହି ବିଶ୍ୱକପରେ ବିରାଟ କୌଣସି ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ। କିନ୍ତୁ ଶେଷ ମ୍ୟାଚରେ ରୋହିତ ଯେତେବେଳେ ଆଉଟ୍ ହୋଇଯାଇଥିଲେ ସେ କ୍ରିଜରେ ଦଳ ପାଇଁ ଛିଡା ହୋଇଥିଲେ। ଏହି ମ୍ୟାଚରେ ବିରାଟ କୋହଲି ୭୬ ରନ୍ କରି ଆଉଟ୍ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.