ଟିମ୍ ଇଣ୍ଡିଆ ସେହି ଦଳ ଯିଏ ବିଜୟକୁ ମୁହଁରୁ ବି ଛଡାଇ ଆଣିପାରିବାର କ୍ଷମତା ରଖିଛି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଶେଷ ୪ ଓଭରରେ ଦକ୍ଷିଣ ଆଫ୍ରିକାକୁ ୨୬ ରନ୍ ଦରକାର ଥିଲା। ଯାହା ଦକ୍ଷିଣ ଆଫ୍ରିକା ପାଇଁ ସହଜ ପରି ମନେ ହେଉଥିଲା। ଆଉ ପ୍ରଥମ ଥର ବିଶ୍ୱକପ ହାତେଇବ ବୋଲି ବିଶ୍ୱାସ କରୁଥିଲା। କିନ୍ତୁ ଅପରପକ୍ଷେ ଭାରତୀୟ ପ୍ରଶଂସକ କିନ୍ତୁ ଆଶା ରଖିଥିଲେ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବୋଲ ଉପରେ। ଯାହାକୁ ଉଭୟ ବୋଲର ନିଜ ବୋଲିଂ ଜରିଆରେ ଭାରତୀୟଙ୍କ ଆତ୍ମବିଶ୍ୱାସ ଜଗାଇଛନ୍ତି। ଏବଂ ପ୍ରମାଣିତ କରିଛନ୍ତି, ଭାରତ ଆଉ ସେ ଭାରତ ନୁହେଁ। ଏ ଦଳ ସେହି ଦଳ ଯିଏ ବିଜୟକୁ ମୁହଁରୁ ବି ଛଡାଇ ଆଣିପାରିବାର କ୍ଷମତା ରହିଛି। କାରଣ ଏପରି କୌଶଳ ଶିଖିବା ପଛରେ ରହିଛି ରାହୁଲ ଦ୍ରାବିଡଙ୍କ ଭଳି କୋଚର କୋଚିଂ। ଦକ୍ଷିଣ ଆଫ୍ରିକାର ସ୍କୋର ୩ ୱିକେଟ୍ ହରାଇ ୭୦ ରନ୍ ହୋଇଥିବା ବେଳେ ହେନରିକ୍ କ୍ଲାସେନ୍ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ। କ୍ଲାସେନ୍ ଏଠାରୁ ବ୍ୟାଟିଂ ଆରମ୍ଭ କରିଥିଲେ ଏବଂ ସେ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨ ଚୌକା ଓ ୫ ଛକା ସହ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫ତମ ଓଭରରେ କ୍ଲାସେନ୍ ଅକ୍ଷର ପଟେଲଙ୍କଠୁ ୨୪ ରନ ଆଦାୟ କରିଥିଲେ। ଯେଉଁଠାରୁ ମ୍ୟାଚ୍ ସମ୍ପୂର୍ଣ୍ଣ ଓଲଟି ଯାଇଥିଲା। କିନ୍ତୁ ଶେଷ ୪ ଓଭରରେ ଭାରତ ମ୍ୟାଜିକ କରିଥିଲା। ୧୬ ଓଭର ପରେ ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୧୫୧ ରନ୍ କରିଥିଲା। ଶେଷ ୪ ଓଭରରେ ବିଜୟ ପାଇଁ ଆଫ୍ରିକାକୁ ୨୬ ରନ୍ କରିବାକୁ ପଡ଼ିଥିଲା। ୧୭ତମ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ଲାସେନଙ୍କୁ ଆଉଟ୍ କରିଥିଲେ। ପରବର୍ତ୍ତୀ ୨ ଓଭରରେ ମାତ୍ର ୬ ରନ୍ ଆସିଥିଲା। ୧୯ତମ ଓଭରରେ ଅର୍ଶଦୀପ ସିଂହ ମାତ୍ର ୪ ରନ୍ ଦେଇ ମ୍ୟାଚକୁ ଭାରତ ଆଡ଼କୁ ଆଣିଥିଲେ। ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ୍ ଦେଇ ଭାରତର ବିଜୟକୁ ୭ ରନରେ ସୁନିଶ୍ଚିତ କରିଥିଲେ।ଏହି ମ୍ୟାଚରେ ବିରାଟ କୋହଲି ୭୬ ରନ୍ କରିଥିବା ବେଳେ ଅକ୍ଷର ପଟେଲ ମଧ୍ୟ ୪୭ ରନ୍ ର ଯୋଗଦାନ ଦେଇଥିଲେ। ବୋଲରମାନେ ବିଜୟର ବାକି କାମ ପୂରା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.