ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁପଡାର ଜୈନିକ ବ୍ୟକ୍ତି ବଳରାମ ସରାଫଙ୍କ ଗାଈ କିଛି ବିଷାକ୍ତ ଖାଦ୍ୟ ଖାଇ ମୃତ ଘଟିଯାଇଛି। ଘରେ ଗାଈ ମାଲିକ ଅନୁପସ୍ଥିତ ଥିବାରୁ ଖବର ପାଇଁ ସ୍ଥାନୀୟ ବଜରଙ୍ଗ ଦଳ ତରଫରୁ ମୃତ ଗାଈଙ୍କୁ ଉଦ୍ଧାର କରିଥିଲେ। ଏକ ଜେସିପି ମାଧ୍ୟରେ ଲାନ୍ଥନଦୀ କୂଳକୁ ନିଆଯାଇଥିଲା। ସେଠାରେ ହିନ୍ଦୁଧର୍ମ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମାଧି ଦେଇଥିଲେ। ଏଥିରେ ସଇଁତଳା ବଜରଙ୍ଗ ଦଳ ସଭାପତି ଯୁବରାଜ ନାଏକ, ଉପ ସଭାପତି ରାକେଶ ସାହୁ, ଅଭିଳାଷ ବୈଠାରୁ, ରୋସନ୍ ସାହୁ, କେଦାର ସରାଫ ଓ ପରମା ସାହୁଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।