ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକ ଛକ ଠାରେ ମଣ୍ଡଲେଶ୍ୱର ଶ୍ରୀ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜଜୀଙ୍କୁ ସ୍ଥାନୀୟ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରିପେକ୍ଷୀରେ ମହାରାଜ ସଚ୍ଚିଦାନନ୍ଦ ଦାସଙ୍କ ତତ୍ତ୍ୱବଧାନରେ ଏକ ପ୍ରବଚନ ସଭା ଆୟୋଜିତ ହୋଇଥିଲା। ଏଥିରେ ବହୁ ଭକ୍ତ ମହାରାଜଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ।
ଉକ୍ତ ଉତ୍ସବରେ ଭକ୍ତ ରାଜ କିଶୋର ସାହୁ, ସୁନୀଲ ଅଗ୍ରୱାଲ, ହିମାଂଶୁ ଶେଖର ଦାସ, ଶ୍ରବଣ ଅଗ୍ରୱାଲ, ଜ୍ଞାନ ରଞ୍ଜନ ସାହୁ, ପରମେଶ୍ୱର କର୍ମୀ, କିଶୋର ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ପ୍ରେମରାଜ ସାହୁ, ରତନ କୁମାର ରଣା, କ୍ଷମାନିଧି ରଣା, ଗୌର ଦେବ ସାହୁ, ଅଶ୍ୱନୀ କୁମାର ସାହୁଙ୍କ ସମେତ ବହୁ ଭକ୍ତ ସାମିଲ ହୋଇଥିଲେ।