ଅଲିମ୍ପିକ୍ସରେ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିବା ବ୍ୟତୀତ ମୋ ମୁଣ୍ଡରେ ଆଉ କିଛି ନାହିଁ -ପିଭି ସିନ୍ଧୁ

ଓଡ଼ିଆ ବାର୍ତ୍ତା/ ପ୍ୟାରିସ: ଅଲିମ୍ପିକ୍ସରେ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିବା ବ୍ୟତୀତ ମୋ ମୁଣ୍ଡରେ ଆଉ କିଛି ନାହିଁ ବୋଲି ଭାରତୀୟ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ କହିଛନ୍ତି । ମୁଁ ଶଟ ଚୟନରେ ଅନେକ ଉନ୍ନତି ଆଣିଛି । ଏହା ବ୍ୟତୀତ ଲମ୍ବା ରାଲୀ ଏବଂ ଦୀର୍ଘକାଳୀନ ମ୍ୟାଚ ପାଇଁ ଅଭ୍ୟାସ କରିଛି ବୋଲି କହିଛନ୍ତି ସିନ୍ଧୁ । ରାଉଣ୍ଡ ଅଫ ୧୬ରେ ସିନ୍ଧୁଙ୍କୁ ଚୀନର ହୋ ୱିଙ୍ଗଜିୟାଙ୍କୁ ପ୍ରାୟତଃ ସାମ୍ନା କରିବାକୁ ପଡିବ । ୱିଙ୍ଗଜିୟୋ ୧୧ ଓ ସିନ୍ଧୁ ୯ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ବାଧା ଅତିକ୍ରମ କଲେ ପୂନର୍ବାର ଚୀନର ଚେନ ୟୁଫେଇଙ୍କୁ ଭେଟିବେ ।

ଅବଶ୍ୟ ସିନ୍ଧୁଙ୍କ ରେକର୍ଡ ଚେନଙ୍କ ବିପକ୍ଷରେ ଭଲ ରହିଛି । ଯଦି କିଛି ଅବିଶ୍ୱସନୀୟ ଫଳାଫଳ ନ ହୁଏ ତେବେ ସେମିରେ ତାଙ୍କୁ ସ୍ପେନର କ୍ୟାରୋଲିନା ମାରିନଙ୍କୁ ଭେଟିବାକୁ ପଡିବ । ମାରିନଙ୍କ ବିପକ୍ଷରେ ସିନ୍ଧୁଙ୍କ ରେକର୍ଡ ଭଲ ନାହିଁ । ସେ ୧୨ ମ୍ୟାଚରେ ଏବଂ ସିନ୍ଧୁ ୫ ମ୍ୟାଚରେ ବିଜୟୀ ହୋଇଛନ୍ତି । ୨୦୧୬ ଅଲିମ୍ପିକ୍ସରେ ସିନ୍ଧୁଙ୍କୁ ଫାଇନାଲରେ ମାରିନ ହରାଇଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଂଟନ ମୁକାବିଲା ୨୭ ଜୁଲାଇରୁ ଆରମ୍ଭ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.