ବିଭାଗ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା -୨୦୨୪ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର ଠାରେ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ସୁବର୍ଣ୍ଣପୁର ବିଭାଗ ଅନ୍ତର୍ଗତ ୨୧ ଟି ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଏହି କାର୍ଯ୍ୟକ୍ରମକୁ ଟାଟା ପାୱାର ସୋନପୁର ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ଦୀକ୍ଷିତ ଉଦଘାଟନ କରି ବିଜ୍ଞାନର ଆବଶ୍ୟକତା ଓ ପ୍ରଭାବ ବିଷୟରେ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ।

Omkar Vasthu
Omkar Vasthu

ବିଦ୍ୟାଳୟର ସଭାପତି ଡ. ପୌଲସ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରମୁଖ ମାନନୀୟ ଶ୍ରୀ ବିଭୁତି ଭୂଷଣ ଓତା ଓ ଶ୍ରୀ କାର୍ତ୍ତିକେଶ୍ଵର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ପ୍ରାନ୍ତ ବିଦ୍ୟା ମନ୍ଦିର ଶୈକ୍ଷିକ ସଂଯୋଜକ ଶ୍ରୀ ଆଶିଷ କୁମାର ରଥ ଓ ବିଭାଗ ନିରୀକ୍ଷକ ଶ୍ରୀ ମନୋରଞ୍ଜନ କର ଉପସ୍ଥିତ ରହି ପ୍ରତ୍ୟକ୍ଷ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ପାଇଁ ୩୧ ଜଣ ପରିଚାଳକ ରୂପୀ ଆଚାର୍ଯ୍ୟ ଯୋଗଦାନ କରିଥିଲେ। ୧୮୭ ଜଣ ଶିଶୁ ବୈଜ୍ଞାନିକଙ୍କୁ ନେଇ ଏଥିରେ ବିଭିନ୍ନ ବର୍ଗରେ ପ୍ରଶ୍ନମଞ୍ଚ, ପତ୍ର ବାଚନ, କଥା କଥନ, ଗଣିତ ଓ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ, ଆଶୁଭାଷଣ, ମୂର୍ତ୍ତିକଳା, ଗୀତ, ଲୋକନୃତ୍ୟ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା। ସମାରୋହ ରେ ସମସ୍ତ କୃତି ପ୍ରତିଭାଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ବିଦ୍ୟାଳୟରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପରିଚାଳନା ସମିତିର ସଂପାଦକ ଶ୍ରୀ କୈଳାସ ଚାନ୍ଦ, ଯୁଗ୍ମ–ସଂପାଦକ ଶ୍ରୀ ଘନଶ୍ୟାମ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀ ବନମାଳୀ ପଣ୍ଡା ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ବିଭିନ୍ନ ସରକାରୀ ବିଦ୍ୟାଳୟର ଶିକ୍ଷକ ଗଣ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀତା ଗୁଡିକର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ସହ ଜିଲ୍ଲା ଶିକ୍ଷା ବିଭାଗକୁ ମଧ୍ୟ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ଶ୍ରୀ ବନମାଳୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.