ଲାଞ୍ଜିଗଡ଼ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସ୍କୁଲସ୍ତରୀୟ ବିଜ୍ଞାନ ଏବଂ ଗଣିତ ମେଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବ୍ଲକ ଲାଞ୍ଜିଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍କୁଲସ୍ତରୀୟ ବିଜ୍ଞାନ ଏବଂ ଗଣିତ ମେଳା ଆୟୋଜିତ ହୋଇଯାଇଛି।

ଲାଞ୍ଜିଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ଏବଂ ଗଣିତ ମେଳାରେ ମୁଖ୍ୟ ଅତିଥି ଭାବେ ଯୁକ୍ତ ୨ ଅଧ୍ୟାପକ ଉମାକାନ୍ତ ବେନୁପାଣି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅକ୍ଷୟ ପୁରୋହିତ, ବିକ୍ରମ ସ୍ୱାଇଁ ଯୋଗଦେଇ ଅତିଥିମାନଙ୍କ ଦ୍ୱାରା ବିଜ୍ଞାନ ଓ ଗଣିତ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ବିଜ୍ଞାନ ଶିକ୍ଷୟତ୍ରୀ ମମତା ମାଝୀ ଓ ଶିକ୍ଷକ ଭବେଶ ପାଟଜୋଷୀ ଏହି ମେଳାର ମୁଖ୍ୟ ଆୟୋଜକ ରହିଥିବାବେଳେ ଶିକ୍ଷକ ଆଲୋକ ସାହୁ, ବିଭୁ ପ୍ରସାଦ ସାମନ୍ତରାୟ, ଦେବେନ୍ଦ୍ର ଧାଙ୍ଗଡାମାଝୀ, ସୁମନ ସା, ଶୁଶାନ୍ତ ମାଝୀ, ଜଗମୋହନ ସାହୁ, କେ ଶଙ୍କର ଆଚାରୀ, ଜୟଲାଲ ଭୋଇ, ମଧୁସୂଦନ ବାଗ, ସୁନୀଲ ଛତର, ସିମାଞ୍ଚଳ କାଡ଼ରକା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ସ୍କୁଲର ବିଜ୍ଞାନରେ ୯ ଜଣ ଏବଂ ଗଣିତରେ ୬ ଜଣ ଛାତ୍ରଛାତ୍ରୀ ପ୍ରକଳ୍ପରେ ଭାଗ ନେଇଥିବା ବେଳେ ବିଦ୍ୟାଳୟର କିଶୋର ଧାଙ୍ଗଡାମାଝୀ, ଗୋପୀନାଥ ଦଳପତି, ଗୋମତି ମାଝୀ, ବିଳାସିନୀ ସେଠ, ଅଞ୍ଜନା ମାଝୀ, ବିକ୍ରମ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.