ହାବସପୁରରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ଼ ବିଇଓ ତପନ ମାଝି, ହାବସପୁର କୃପାସିନ୍ଧୁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରିୟା ନାଏକ ଏବଂ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

ଏହାକୁ ସ୍ଥାନୀୟ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ହାବସପୁର ଯୋନ ୨ ର ଜିଲ୍ଲା ପରିଷଦ ସଭ୍ୟ ଶାମୁକା ରାଣୀ କୁମାର, ଜୁନାଗଡ଼ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ବରିଷ୍ଠ ଶିକ୍ଷାବିତ ସୀମାଞ୍ଚଳ ନାଗ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ବିଜ୍ଞାନ ଉପକରଣ ପ୍ରଦର୍ଶନ କରିଥିଲେ । ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ବିଜ୍ଞାନ ପ୍ରଦର୍ଶନୀରେ ପ୍ରାୟ ୧୧୦ ଗୋଟି ଷ୍ଟଲ ପ୍ରଦର୍ଶନ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀରେ ସିନିୟର ବିଭାଗରେ ଚିଚେଇଗୁଡା ହାଇ ସ୍କୁଲର ଛାତ୍ର ରିତିକ ମେହେର,ଜୁନିୟର ବିଭାଗରେ କରଚଳା ହାଇ ସ୍କୁଲର ସିଦ୍ଧାନ୍ତ ବାଗ ଏବଂ ସବ ଜୁନିୟର ବିଭାଗରେ ହାବସପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରିୟଦର୍ଶିନୀ ଛତ୍ରିଆ ପ୍ରମୁଖ ପୁରସ୍କୃତ ହୋଇଥିଲେ । ସେହିପରି ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ୭ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜୁନାଗଡ଼ ଲଙ୍କେଶ୍ବରୀ ବାଳିକା ଉଚ୍ଚ ବିଦ୍ୟାଳୟର ସୁନେନା ପ୍ରଧାନୀ, ଚିଚେଇଗୁଡା ହାଇ ସ୍କୁଲର ଦାମୋଦର ନାଏକ, ବଲଦିଅମାଲ ହାଇ ସ୍କୁଲର ବବଲୁ ମେହେର,ସନ୍ୟାସୀ କୁଣ୍ଡାମାଲ ହାଇ ସ୍କୁଲର ନିତେସ ରାଉତ ଉତ, ଗୌଡ଼ ଛେଣ୍ଡିଆ ହାଇ ସ୍କୁଲର ଭୂପିନ୍ଦର ନାଏକ, ହିଂଗିଲି ବାହିଲି ୟୁପିଏ ସ ର ଦରନ୍ତ ଘି ଏବଂ ଝରଣା ମାଝି ପ୍ରମୁଖ ଜିଲ୍ଲା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ବିଚାରକ ଭାବେ ଶିକ୍ଷକ ନିରଞ୍ଜନ ମୁଦୁଲି, ସୁଶୀଲ ନାଗ, ରବୀନ୍ଦ୍ର ନାଏକ ଏବଂ ପ୍ରଭାତ ସାହୁ ଦାୟିତ୍ବ ଗ୍ରହଣ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥୂ ଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ । ଏଥିରେ ସମ୍ମାନିତ ଅତିଥୂ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର, ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା,ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର,ଜିଲ୍ଲା ବିଜ୍ଞାନ ସୁପରଭାଇଜର ଦୁଷ୍ମନ୍ତ ପାଢ଼ୀ, ବି ଇ ଓ ତପନ ମାଝି, ଜୁନାଗଡ଼ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ଜିଲ୍ଲା ପରିଷଦ ସଭ୍ୟ ଶାମୁକା ରାଣୀ କୁମାର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଗୌଡ଼ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ବାରା ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହାକୁ ଶିକ୍ଷକ ତୁଷାର ପଣ୍ଡା ପରିଚାଳନା କରିଥିଲେ । ଶିକ୍ଷକ ସୂର୍ଯ୍ୟ ପ୍ରସାଦ ଠାକୁର ଏବଂ ମହେଶ କୁମାର ଭାଟି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ଏବଂ ପୁରୁଷୋତ୍ତମ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସୁବାଷ ନାଏକ, ରାଜେଶ ମାଝି , ପ୍ରଦ୍ୟୁମ୍ନ ରଣା, ନଦୀ କୃଷ୍ଣ ନାଏକ, ସୁନୀଲ ମେହେର , ସୁଧୀର ବେହେରା, ନିରଞ୍ଜନ ସାହାଣୀ, ମନୋରଞ୍ଜନ ସିଂ , ପୁର୍ନରାଜ କୈବର୍ତ ପ୍ରମୁଖ ସହଯୋଗ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ନାଏକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.