ଆସ୍ତିକରାଜ ପଟ୍ଟନାୟକଙ୍କୁ କଳାହାଣ୍ଡି ଜିଲ୍ଲା କରଣ ସମାଜ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଚଳିତ ୨୦୨୪ ମସିହା ଯୁଗ୍ମ ଡାକ୍ତରୀ ପରୀକ୍ଷାରେ ସଫଳ ହୋଇଛନ୍ତି ଜୁନାଗଡ଼ ଫତେନଗର ପଡାର ଆସ୍ତିକରାଜ ପଟ୍ଟନାୟକ । ପିତା ତୁଳସୀରାଜ ପଟ୍ଟନାୟକ ଭବାନୀପାଟଣା ଜୀବନବିମା ନିଗମ ରେ ଅଭିକର୍ତ୍ତା ଭାବେ କାମ କରନ୍ତି ଓ ମାତା ଶ୍ରୀମତୀ ସୁଷମା ପଟ୍ଟନାୟକ । ସାଧାରଣ ମଧ୍ୟବିତ୍ତ ପରିବାର ରେ ଜନ୍ମ ଗ୍ରହଣ କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ୨୦୦୯ ମସିହାରେ ଓ ଯୁକ୍ତ ଦୁଇ ବିଜ୍ଞାନ ବିକାଶ ସ୍କୁଲ ବରଗଡ ରେ ପ୍ରଥମ ଶ୍ରେଣୀ ପାସ କରି ବର୍ତମାନ ଡାକ୍ତର ହେବାର ସୁଯୋଗ ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ କଳାହାଣ୍ଡି କରଣ ସମାଜ ତରଫରୁ ତାଙ୍କୁ ଭବାନୀପାଟଣା ସ୍ଥିତ ସମାଜ ଭବନ ରେ ସମର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଉପସ୍ଥିତ ରହି ତାଙ୍କୁ ସମର୍ଦ୍ଧିତ କରି ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବ ରେ କରଣ ସମାଜ ସଭାପତି ରାମ ଶଙ୍କର ପଟ୍ଟନାୟକ ସମ୍ପାଦକ ଓକିଲ ପ୍ରଦୀପ କୁମାର ପଟ୍ଟନାୟକ, ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ସମାଜସେବୀ ପ୍ରଦୀପ ଦାସ,ଫକୀର ମହାନ୍ତି, ପିତା ତୁଳସୀରାଜ ପଟ୍ଟନାୟକ ମାତା ସୁଷମା ପଟ୍ଟନାୟକ ଙ୍କ ସହ ସମାଜ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.