ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଖାନ ନଗର ହାଇସ୍କୁଲରେ ଅନୁଷ୍ଠାନର ୬୪ତମ ସାହିତ୍ୟ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି କବୟିତ୍ରୀ “ଶକ୍ତି ସଂରକ୍ଷଣ” ଶୀର୍ଷକରେ କବିତା ପାଠ କରି ବିଶ୍ୱକୁ ଶ୍ରେଷ୍ଠ ସାମାଜିକ ବାର୍ତ୍ତା ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

ଉକ୍ତ ଅବସରରେ ଉଦ୍ଘାଟକ ପ୍ରାକ୍ତନ ନ୍ୟାୟଧିଶ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର, କଟକ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଘରେ ଏବଂ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ପାଇଁ କାର୍ଯ୍ୟକଲେ ଦେଶର ଅର୍ଥନୀତିର ଅଭିବୃଦ୍ଧି ଘଟିବ । ମୁଖ୍ୟ ଅତିଥି ପ୍ରଫେସର ଡ଼କ୍ଟର କୁମରବର ଦାସ, ପ୍ରାକ୍ତନ କୁଳପତି ଆଧୁନିକ ସାହିତ୍ୟରେ ଶକ୍ତି ସଂରକ୍ଷଣ ଶୀର୍ଷକ ରେ ଅଧିକ କବିତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ବିଶ୍ଵ ଶକ୍ତି ସଙ୍କଟ ଦୂର କରିବାରେ ସାହିତ୍ୟିକମାନେ ଶ୍ରେଷ୍ଠ ବାର୍ତ୍ତାବହ ହୋଇ ପାରିବେ ବୋଲି ଦୃଷ୍ଟିପାତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମ୍ମାନିତ ଅତିଥି ଭାବେ ଡଃ ଦୀପାୟନ୍ ପଟ୍ଟନାୟକ, ପ୍ରଶାନ୍ତ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଅନୁବାଦ ଲେଖକ ଇଂ. ସୁଶାନ୍ତ କିଶୋର ବଳ, ବରିଷ୍ଠ ଲେଖକ, ଅକ୍ଷୟ କୁମାର ଷଡଙ୍ଗୀ, ସାହିତ୍ୟିକ ଓ ଶିକ୍ଷାବିତ୍ କକବି ଶ୍ରୀଯୁକ୍ତ ରାଜୀବ ଷଡ଼ଙ୍ଗୀ, ଡ଼ଃ ଦିପାୟାନ ପଟ୍ଟନାୟକ, ପରିବେଶବିତ୍ ଓ ଶାନ୍ତି କମିଟି ଯୁଗ୍ମ ସଚିବ , ପନ୍ନଗ ଭୂଷଣ ଦାସ ସଂଗଠକ ଯୋଗଦାନ କରି ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

କୈବଲ୍ୟ ସାହିତ୍ୟ ସଂସଦ ର ଆଧ୍ୟାତ୍ମିକ ଚେତନାର ପତାକା ର ଶୁଭ ଉନ୍ମୋଚନ କରାଯାଇଥିଲା । ଶତାଧିକ କବି , କବୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତଭା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଖାନ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟ ବିଦ୍ୟାଳୟର ପଚାଶ ଜଣ ଛାତ୍ରଛାତ୍ରୀ ଶକ୍ତି ସଂରକ୍ଷଣ ଶୀର୍ଷକ ଚିତ୍ର ଅଙ୍କନ କରି ସଭାରେ ପ୍ରଦର୍ଶନ କରି ସଚେତନତା ସୃଷ୍ଟି କରିଥିଲେ ।

ଛାତ୍ରୀ ମାନଙ୍କଦ୍ୱରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କବି ଓ ଲେଖକ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ “ସାଉଁଣ୍ଟା ସ୍ବପ୍ନ” ର ଶୁଭ ଉନ୍ମୋଚନ କରାଯାଇଥିଲା । ଡ଼ଃ ବସନ୍ତ କୁମାରୀ ନନ୍ଦ କବିତା ସଂଯୋଜନା କରିଥିଲେ , ଅସିତ୍ କୁମାର ଜେନା ମଞ୍ଚପରିଚଳନା କରିଥିଲେ । ଜଗତସିଂହପୁରର କବୟିତ୍ରୀ ସଂହିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.