ଜୁନାଗଡ଼ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହର ସ୍ଥିତ ଏନଏସି ସଭା ଗୃହ ଠାରେ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୮, ୯ ଓ ୧୦ ତାରିଖ ତିନି ଦିନ ଧରି ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଆୟୋଜିତ କରିବା ପାଇଁ ଏହି ବୈଠକରେ ତାରିଖ ଧାର୍ଯ୍ୟ କରାଯାଇଛି। ଜୁନାଗଡ଼ ଏନଏନଏସିର ଭାରପ୍ରାପ୍ତ ଅଧ୍ୟକ୍ଷ ହିମାଦ୍ରୀ ନାଏକ ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ଏନଏସି ଇଓ ପ୍ରମୋଦ କୁମାର ଖିଲୋ, ପୂର୍ବ ଇଓ ଈଶ୍ୱର ପୁଝରୀ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ସମାଜସେବୀ ଦୁର୍ଗା ନାଏକ, କଳାହାଣ୍ଡି ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ, ଜୁନାଗଡ଼ ସାମ୍ବାଦିକ ସଂଘର ସଭାପତି ଖଗେଶ୍ବର ଧଙ୍ଗଡାମାଝୀ, ସାଂସ୍କୃତିକ କମିଟିର ସଦସ୍ୟ ବିଘ୍ନରାଜ ବରାଡ଼, ଶିକ୍ଷକ ବିଭାଗର ଯୀଶୁ ରାମ ଗୋପାଳ, ମଳୟ ମୁଣ୍ଡ,କାଳିଆ କନ୍ଦପାନ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ପ୍ରତିବର୍ଷ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବ୍ଲକ ଏକାକୀ ଏହି ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏନଏସି ମଧ୍ୟ ନିଜ ଉଦ୍ୟମରେ ୩ ଦିନ ଧରି କଳାହାଣ୍ଡି ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.