ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ କେଓମାଲ ଗାଁ ପଡ଼ିଆରେ ଏଲବିସିସି ଆନୁକୂଲ୍ୟରେ ପ୍ରଥମ ବସନ୍ତ ପଧାନ ଏବଂ ଦ୍ବିତୀୟ ସୁବଳ ଭାଟି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ୧୯ ତାରିଖ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ନାମେଣ୍ଟରେ ଦିନକୁ ତିନୋଟି ମ୍ୟାଚ୍ ଖେଳା ଯାଉଛି। ପ୍ରଥମ ମ୍ୟାଚ୍ ଶିବତଲା ଓ ତୃଷ୍ଟାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ତୃଷ୍ଟାପାଲି ବିଜୟ ଲାଭ କରିଥିଲା ।ଦ୍ବିତିୟ ମ୍ୟାଚ୍ ଡୁମେରବାହାଲ ଓ ସନ୍ଦିଯୋର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ସନ୍ଦିଯୋର ବିଜୟ ଲାଭ କରିଥିଲା । ତୁଷ୍ଟାପାଲି ଓ ସନ୍ଦିଜୋର୍ ମଧ୍ୟରେ ଅନୁଷ୍ଠିତ ତୃତୀୟ ମ୍ୟାଚରେ ସନ୍ଦିଜୋର୍ ବିଜୟ ଲାଭ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ରଞ୍ଜିତ ବାଗ, ନିତ୍ୟାନନ୍ଦ ନାୟକ ଖେଳ ପରିଚାଳନା କରିଥିଲେ । ସ୍କୋର ବୋର୍ଡରେ ଯିହୁଦା ନନ୍ଦ ଓ ନିତ୍ୟାନନ୍ଦ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ । କେଓମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଜୟ ସୁନା ମୁଖ୍ୟ ଅତିଥି, ନାଏବ ସରପଞ୍ଚ ସିଦ୍ଧେଶ୍ୱର ତାଣ୍ଡି, ଅନିରୁଦ୍ଧ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଆୟୋଜକ ଅନୁଷ୍ଠାନ ସମ୍ପାଦକ ବିରଞ୍ଚି ଭାଟି ତଥା ଲାନ୍ତବୁଢ଼ା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।