ଇକୋ କ୍ଲବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରିଆଁ ଦ୍ଵାରା ସଫେଇ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୟୁଥ ଓ ଇକୋ କ୍ଲବର ସଭ୍ୟ ସଭ୍ୟାଙ୍କ ଦ୍ଵାରା ଏକ ସଚେତନତା ମୂଳକ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହା ଓ ଇକୋ କ୍ଲବ ଦାୟିତ୍ଵରେ ଥିବା ଶିକ୍ଷକ ବାସୁଦେବ ବାଗ ତଥା କୁବେର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ରାମର ଶିବମନ୍ଦିର ପରିସରକୁ ସଫାସୁତୁରା କରଯାଇଥିଲା। ଉକ୍ତ ସଫେଇ କାର୍ଯକ୍ରମକୁ ମନ୍ଦିର ପୂଜକ ଧୋବା ଥନାପତି ପ୍ରଶଂସା କରି ଉତ୍ସାହିତ କରିଥିଲେ। ଏଥିରେ ପ୍ରାୟତଃ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯକ୍ରମକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.