ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ରେ “ମାଇ ଭାରତ” ଓ “ନେହେରୁ ଯୁବ କେନ୍ଦ୍ର” କଳାହାଣ୍ଡି ଆନୁକୂଲ୍ୟରେ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ପଦ୍ମଲୋଚନ ମିଶ୍ର, ରିସୋର୍ସ ପର୍ଶନ ଭାବେ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ଅଧ୍ୟକ ନାରାୟଣ ନାଏକ, ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଭୂଗୋଳ ଅଧ୍ୟାପିକା ସଂଘମିତ୍ରା ପଣ୍ଡା ,ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁସମାଜରେ ମହିଳା ମାନଙ୍କର ଭୂମିକା ଏବଂ ସମସ୍ତ ମହିଳା ଏବଂ ବାଳିକାଙ୍କ ପାଇଁ: ଅଧିକାର,ସମାନତା, ସଶକ୍ତିକରଣ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଉକ୍ତ କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ କବିତା ପ୍ରତିଯୋଗିତା ହୋଇଥିଲା ଏବଂ ଉକ୍ତ ପ୍ରତଯୋଗିତାରେ ପ୍ରଥମ ସ୍ଥାନ ମଲ୍ଲିକା ସେଠୀ, ଦ୍ୱିତୀୟ ସ୍ଥାନ ଲିଶା ସାହୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ତୃଷ୍ଣା ଛୁରିଆ। ଅତିଥିମାନେ ବିଜେତା ପ୍ରତିଭାଗି ମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ । ପରିଶେଷରେ ସୁଶ୍ରୀ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ ଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ର ସମ୍ପାଦକ ମିଲନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ପୂର୍ବତନ ଜାତୀୟ ଯୁବ ସ୍ଵେଚ୍ଛସେବୀ ହେମାସାଗର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।