ଆଜିଠୁ ଆରମ୍ଭ ହେଲା ସର୍ଗିଗୁଡା ଡିଗିରା ପଡ଼ାର ୧୬ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା କାନ୍ଥି ଡିଗିରା ପଡ଼ାର ବହୁ ପ୍ରସିଦ୍ଧ ୧୬ ପ୍ରହର ନାମଯଜ୍ଞ ଶନିବାର ସକାଳ ୭.୩୫ ରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପଡ଼ାର ଶତାଧିକ ମହିଳା ଏଥିରେ ଅଂଶ ଗ୍ରହଣ କରିଥିଲେ। ନାମଯଜ୍ଞ ମଣ୍ଡପ ରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ମାଝିଗୌରୀ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଏହା ଚତୁର୍ଥ ତମ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ପ୍ରଫୁଲ୍ଲ ପଧାନ ଓ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ଧନଞ୍ଜୟ ଗୌଡ ଓ ପଦ୍ମିନୀ ଗୌଡ ଦମ୍ପତି ପୂଜାକର୍ତ୍ତା ଭାବରେ ଦାୟୀତ୍ବ ସମ୍ପାଦନ କରୁଛନ୍ତି। ସୁକଦେବ ପାଢ଼ୀ ପୂଜକ ପଣ୍ତିତ, ଜପକ ଭାବରେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସୁନିଲ କୁମାର ମିଶ୍ର ଓ ପାଚକ ଦାୟୀତ୍ୱରେ ପ୍ରଶାନ୍ତ କୁମାର ବ୍ରହ୍ମା ରହିଛନ୍ତି। ଆୟୋଜକ ଡିଗିରାପଡ଼ା ସଙ୍କୀର୍ତ୍ତନ ମଣ୍ଡଳୀ, ବେହେରାପାଟି ସଙ୍କୀର୍ତ୍ତନ ମଣ୍ଡଳୀ ସହ ଜିଲ୍ଲା ମଧ୍ୟରୁ ଓ ରାୟଗଡ଼ା ଜିଲ୍ଲାରୁ ଏଭଳି ମୋଟ ୧୦ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି। ଏଥି ମଧ୍ୟରେ ୪ ଗୋଟି ଝିଅ ଦଳ ମଧ୍ୟ ରହିଛି। ନାମଯଜ୍ଞ ସହ ଏଇଠି ପରିଚାଳନା କମିଟି ମଧ୍ୟାହ୍ନ ଓ ରାତିରେ ଅନ୍ନଛତ୍ର ର ମଧ୍ୟ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଆସନ୍ତା ସୋମବାର ୧୦/୩ ସକାଳ ୭.୩୫ରେ ଏହାର ପୂର୍ଣ୍ଣାହୁତି ପଡ଼ିବ ବୋଲି କମିଟି ସୂତ୍ରରୁ ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.