ନୂଆଦିଲ୍ଲୀ,୩୧/୭ : ନ୍ୟାସନାଲ ମେଡିକାଲ କାଉନସିଲ ବିଲ୍ ୨୦୧୯ (NMC Bill) କୁ ବିରୋଧକରି ବୁଧବାର ଇଣ୍ଡିଆନ ମେଡିକାଲ ଆସୋସିଏଶନ ଦେଶବ୍ୟାପୀ ୨୪ ଘଣ୍ଟିଆ ଆନ୍ଦୋନଳ କରିବାକୁ ଆହ୍ୱାନ ଦେଇଛି । ଏଯାଏଁ ମେଡିକାଲ ଶିକ୍ଷା, ମେଡିକାଲ ସଂସ୍ଥା ଏବଂ ଡାକ୍ତରଙ୍କ ପଞ୍ଜିକରଣ ସଂପର୍କୀତ କାମ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (MCI ) ହାତରେ ନ୍ୟସ୍ତ ଥିଲା । କିନ୍ତୁ ଜୁଲାଇ ୨୯ ତାରିଖରେ ଲୋକସଭାରେ ୨୬୦ ଜଣ ସଦସ୍ୟଙ୍କ ଭୋଟ ଫଳରେ NMC ବିଲ ଗୃହୀତ ହେଲା । NMC ବିଲ ଯୋଗୁଁ ଏବେ ଏମବିବିଏସ ପାସ କରିବା ପରେ ଡାକ୍ତରଙ୍କୁ ଅଭ୍ୟାସ ପାଇଁ ଏଗଜିଟ ଟେଷ୍ଟ ଦେବାକୁ ପଡ଼ିବ । ବର୍ତ୍ତମାନ ବିଦେଶରୁ ପାଠ ପଢ଼ି ଆସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କୁ ଏଗଜିଟ ପରୀକ୍ଷା ଦେବାକୁ ପଡୁଛି ।
ଆଜି ଦେଶର ୩ ଲକ୍ଷ ଡାକ୍ତର କାମ ବନ୍ଦ କରି ଧାରଣା ଓ ପ୍ରଦର୍ଶନକୁ ଓହ୍ଲାଇଛନ୍ତି । ଫଳରେ ଓପିଡ଼ି ଗୁଡ଼ିକ ବନ୍ଦ ହେବାରୁ ରୋଗୀ ସେବା ବ୍ୟାପକ ପ୍ରଭାବିତ ହେବ । ଆଇଏମର ଜାତୀୟ ସଭାପତି ଶାନ୍ତନୁ ସେନ କହିଛନ୍ତି, ଲୋକଙ୍କର ସ୍ୱାସ୍ଥ୍ୟଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନ କରାଯାଉଛି । ଆମେ ବିଲକୁ ବିରୋଧ କରୁଛୁ । ସୂଚନାଯୋଗ୍ୟ ଏହି ବିଲ ମେଡିକାଲ କାଉନସିଲ ସ୍ଥାନରେ ଅନେକ ପରିବର୍ତ୍ତନ କରାଯାଇଛି । ଆନ୍ଦୋଳନ ଯୋଗୁଁ ରୋଗୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ମାତ୍ର ଆଇଏମଏ କହିଛି, ଜରୁରୀକାଳୀନ ଚିକିତ୍ସା ପ୍ରଭାବିତ ହେବ ନାହିଁ । ଏହି ଆନ୍ଦୋଳନ ଆଜି (ବୁଧବାର) ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ଯାଏଁ ଜାରି ରହିବ ।
Click here to get daily News & Views update 👇
https://facebook.com/odiabarta