ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମେଳନ କକ୍ଷରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ ଯୋଗଦାନ କରି କେକ କାଟିବା ସହ ନର୍ସ ମାନଙ୍କ ଭୂମିକା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବିପିଏମ ସବୀର ପଧାନ, ଦନ୍ତ ଚିକିତ୍ସକ ବସନ୍ତ କୁମାର ଦୁର୍ଗା, ଫାର୍ମାଶିଷ୍ଟ ଶାନ୍ତନୁ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ । ଅତିଥି ବୃନ୍ଦଙ୍କୁ ନର୍ସିଂ ଅଫିସର ଓ ନର୍ସ ମାନଙ୍କ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଂ ଅଫିସର ମାନଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ନର୍ସିଂ ଆସୋସିଏସନର ସଦସ୍ୟ ଅଜିତ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ କ୍ଷୀରସିନ୍ଧୁ ରଣା ପରିଚାଳନା କରିଥିବା ବେଳେ ନର୍ସ ପଙ୍କଜିନୀ ସାହୁ, ମିନାକ୍ଷୀ ଠାକୁର, ମଧୁସ୍ମୀତା ଭୋଇ, ସନମିତା ନାଏକ, ସାମିଲ କୁମାର, ମୃତ୍ୟୁଞ୍ଜୟ ନାଏକ, ଯଶୋବନ୍ତୀ ନାଏକ, ବୃନ୍ଦାବନ ରଣା, ସୁରେନ୍ଦ୍ର ରଣା, ମୀନ କେତନ ନାଗ, ରୋଜି ପଧାନ, ତ୍ରୀନାଥ ରଣା, ବିଜୟଶ୍ରୀ ମଲ୍ଲୀକ, ଫକୀର ଭୋଇ, ପ୍ରମୋଦ ରଣା, ସୁରଚିତା ନାଗ, ହରେକୃଷ୍ଣ ସାହୁ, ହିଲନା ସାଗର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।