ସର୍ଗିଗୁଡା ବହୁପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞର ସୋମବାର ସକାଳ ୬.୫୧ ସମୟରେ ପୂର୍ଣ୍ଣାହୂତି ପଡିଲା। ଗତ ଗୁରୁବାର ଅପରାହ୍ନରେ ସାନ୍ଦୁଲ ନଦୀରୁ ଏଥରପାଇଁ ଭବ୍ୟ କଳସ ଶୋଭା୍‌ାତ୍ରା ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସକାଳ ୬.୫୧ ସମୟରେ ନାମ ଆରମ୍ଭ କରିଥିଲେ ସର୍ଗିଗୁଡାର ସଂକୀର୍ତ୍ତନ ମଣ୍ଡଳୀ। ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବା ପରେ ସୋମବାର ସକାଳେ ଏହାର ପୂର୍ଣ୍ଣାହୂତି ପଡିଛି। ନାମ ଛାଡିବା ପରେ କର୍ତ୍ତା ଦମ୍ପତି ସରିତା ନାଏକ ଓ ସଞ୍ଜୟ କୁମାର ନାଏକ ସଂକୀର୍ତ୍ତନ ମଣ୍ଡଳୀ ଓ ଘଣ୍ଟ ବାଦକ ସହ ନଗର ପରିକ୍ରମା କରିଥିଲେ। ଗ୍ରାମର ପ୍ରତି ଘରେ ମୁରୁଜରେ ଝୋଟି ଦେଇ, କଳସ ସ୍ଥାପନା କରି ଧୂପ, ଦିପ ଦେଇ ବର୍ଦ୍ଧନୀ କଳସକୁ ଭବ୍ୟ ସ୍ୱାଗତ କରିବା ସହ ପୂଜା ପାଠ କରିଥିଲେ। ନାମଯଜ୍ଞରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଛତ୍ରର ବ୍ୟବସ୍ଥା ମଧ୍ୟ କରିଥିଲା ନାମଯଜ୍ଞ କମିଟି। ନାମଯଜ୍ଞ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଭକ୍ତ ଚରଣ ନାଏକ, ଜହରଲାଲ ବିଶ୍ଵାଳ, ଉଗ୍ରେସନ ଗଉଡ, ଗଜିନ୍ଦ୍ର ମାଝୀ, ଚକ୍ରଧର ସା, ପ୍ରଫୁଲ୍ଲ ନାଗ, ଅଜୟ ନାଏକ, ଚକ୍ରଧର ଜୁଆଡ, ପୂର୍ବତନ ସଭାପତି ନାରାୟଣ ମାଝୀ, କାହ୍ନୁ ମାଝୀ, କିଶୋର ନାଏକ, ଟାରଜନ ଗଉଡ, ପଙ୍କଜ ପଧାନ, ଯୁଗେଶ୍ୱର୍ ବିଶ୍ବାଳ, ବୁଲୁ ମିଶ୍ର, ରଞ୍ଜନ ବିଶ୍ଵାଳ, ଭୁଟଲାଲ ପଧାନ, ଭବାନୀ ବାଗ, ଶରତ ମିଶ୍ର, ଭବାନି ନାଏକ, ବିପ୍ର ବିଶ୍ଵାଳ, ନୀହାର ନାଏକ, ଯତୀନ ସାହୁ, ଠାକୁର ବେହେରା, ଆଶିଷ ବିଶ୍ୱାଳ, ବୀର କିଶୋର ମାଝୀ, ସନାତନ ବିଶ୍ୱାଳ ପ୍ରମୁଖ ଯଜ୍ଞ ଓ ଅନ୍ନ ଛତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ପୂଜକ ଭାବରେ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ଯ ପରିଚାଳନା କରିଥିବା ବେଳେ ଜପକ ଭାବରେ ନିକୁଞ୍ଜ ପାଢ଼ୀ,ତ୍ରିଲୋଚନ ତ୍ରିପାଠୀ ଜପକ ଓ ନାରାୟଣ ପାଢୀ ପାଚକ ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ। ସେହିଭଳି ମାନସ କୁମାର ସା, ନୀହାର ନାଏକ, ଯତୀନ ସାହୁ, ପ୍ରଫୁଲ୍ଲ ନାଗ, ମଳୟ କୁମାର ପଣ୍ଡା, ରଜତ ନାଏକ, ବୁଲୁ ପଧାନ, ଶିଲୁ ନାଏକ ପ୍ରମୁଖ କାର୍ଯ୍ୟାଳୟ ଦାୟୀତ୍ବ ସମ୍ପାଦନ କରିଥିଲେ। କବିରାଜ କରୁଆଁ, ବୈଷ୍ଣବ ନାଏକ, କୃଷ୍ଣ ପୋଢ଼, ଫକୀର ନାଗ, ଯଦୁ ମାଝୀ, ତମଖୁର ମାଝୀ ପ୍ରମୁଖ ମଣ୍ଡପ ଦାୟୀତ୍ବ ସମ୍ପାଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.