ସରକାରୀ ନିୟମର ଧଜିଆ ଉଡାଉଛି ଆମପାଣି ବନ ବିଭାଗ; ଟାଣ ଖରାରେ ଶିଶୁ ଶ୍ରମିକ ନିୟୋଜିତ କରି କରାଉଛି କାମ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଆମପାଣି ପଞ୍ଚାୟତ କରକ ଜଳ ପ୍ରପାତର ଉନ୍ନତି କରଣ କାମ ହାତକୁ ନେଇଛି ଧର୍ମଗଡ଼ ରେଞ୍ଜ ଅଧୀନ ଆମପାଣି ବନାଞ୍ଚଳ l ଏହି ଦର୍ଶନୀୟ ସ୍ଥଳର ଉନ୍ନତି କରଣ ନିମନ୍ତେ ପର୍ଯ୍ୟଟକ ମାନେ ବିଭିନ୍ନ ସମୟରେ ଦାବୀକରି ଆସୁଥିବା ବେଳେ ସରକାରୀ ସ୍ତରରୁ ଅନୁଦାନ ପ୍ରଦାନ କରାଯାଇଛି l ସବୁବେଳେ ଚର୍ଚ୍ଚାରେ ଥିବା ଆମପାଣି ବନାଞ୍ଚଳକୁ ଏଭଳି କାର୍ଯ୍ୟ ସମ୍ପାଦନ ପାଇଁ ଦାୟିତ୍ୱ ଦେଇଥବା ବିଲେଇକୁ ମାଛ ବାଛିବା ଦାୟିତ୍ୱ ଦେବା ଭଲି ସାଧାରଣରେ ଚର୍ଚ୍ଚା ହେଉଛି l ଏପଟେ ଉନ୍ନତି କରଣ କାର୍ଯ୍ୟର କୌଣସି ସୂଚନା ଫଳକ ନ ଥିବା ବେଳେ ଶିଶୁ ଶ୍ରମିକ ଲଗେଇ ଦିନ ଦିପହରେ ଟାଣ ଖରାରେ ଖଟଉଛି l ନାବାଳିକା ମାନଙ୍କୁ କଂକ୍ରିଟ କାମ ଓ ଖରାରେ ଖଟେଇବା ବିଭାଗର ନିଷ୍ଠୁରତାକୁ ପଦାରେ ପକୋଉଚି l କାର୍ଯ୍ୟରତ ନାବାଳିକା ଶ୍ରମିକଙ୍କୁ ଏତେ ଖରାରେ କେମିତି କାମ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଛୁଟି ଦେଉ ନାହାନ୍ତି ବୋଲି କହିଛନ୍ତି l ତେବେ କାର୍ଯ୍ୟର କୌଣସି ସୂଚନା ନଥିବା ଓ ନାବାଳିକା ଶ୍ରମିକଙ୍କୁ ନିୟୋଜିତ କରି କାର୍ଯ୍ୟହାସଲ କରୁଥିବା ଆମପାଣି ବନ ବିଭାଗ ପ୍ରତି ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି l ଏନେଇ ଆମପାଣି ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.