କୋକସରା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆମପାଣିର ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଏକ ଗୁରୁତ୍ୱପୂର୍ଣ୍ଣ ପୋଲିସ ଷ୍ଟେସନ ‘ଆମପାଣି’ରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇଛନ୍ତି ଜୟପ୍ରକାଶ ନାରାୟଣ ହୋତା। ମଙ୍ଗଳବାର ଦିନ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ଥାନା ଅଧିକାରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ସଭାପତି ଚକ୍ରଧର ବେଶ୍ରା, ସମ୍ପାଦକ ଜଗଦୀଶ ନାଏକ, ଉପ ସଭାପତି ହିରଣ୍ୟ ବେହେରା, ସହ ସମ୍ପାଦକ ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅଞ୍ଚଳର ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥିଲା। ଆମପାଣି ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷା, ବେଆଇନ କାରବାର, ଚୋରା ଚାଲାଣ ଆଦି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ହୋତା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.