ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ପଦ୍ମନ ଭତ୍ରା): ରାୟଗଡ଼ ଜିଲାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୃଷି ବିଭାଗର ଅଭିନବ ପ୍ରୟାସ | ଆଜି ରାୟଗଡ଼ ଜିଲ୍ଲାରେ ୧୧ଗୋଟି ବ୍ଲକର କୃଷକ ସାଥି, ପଞ୍ଚାୟତ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ମାନଙ୍କୁ ନେଇ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାରଙ୍କ ରାଜ୍ୟ ଯୋଜନା ୨୦୨୪- ୨୦୨୫ ରେ କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଷ୍ଣୁପ୍ରସାଦ କର, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଦୟାନିଧି ରାଉତ, ଅଧିକ୍ଷଣ ଯନ୍ତ୍ରୀ ରବିନାରାୟଣ ମହାପାତ୍ର, କୃଷି ଜିଲ୍ଲା ଅଧିକାରୀ ଶେଖ ଏହାସେନ ଉପସ୍ଥିତ ରହିଥିଲେ | ପ୍ରଥମେ ଅତିଥି ମାନଙ୍କୁ କୃଷି ବିଭାଗ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା | ଏହା ପରେ ଅତିଥି ମାନେ ନିଜ ନିଜ ଅଧୀନରେ ରହିଥିବା ପ୍ରକଳ୍ପ ଗୁଡ଼ିକ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋକ ପାତ କରିଥିଲେ ଓ ପ୍ରଶିକ୍ଷଣ କାରି ମାନଙ୍କୁ ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ବୁଝାଇଥିଲେ | ଏହି କର୍ମଶାଳାରେ ଜିଲ୍ଲାର ପାଖା ପାଖି ୨୦୦ ଜଣ ବ୍ୟକ୍ତି ବିଶେଷ ଯୋଗଦାନ କରି ପ୍ରଶିକ୍ଷଣ ନେଇ ସମସ୍ତ ପ୍ରକଳ୍ପର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇଥିଲେ |