ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଭାବେ ୯୨ ଗୃହରକ୍ଷୀ ନିଯୁକ୍ତ ହେବେ -ଏସପି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ୯୨ ଜଣ ଗୃହରକ୍ଷୀ ନିଯୁକ୍ତି ପାଇବା ନେଇ ସୂଚନା ଦେଲେ ଏସପି ନାରାୟଣ ନାୟକ। ୭୨ ଜଣ ପୁରୁଷ ଓ ୧୮ ଜଣ ମହିଳା ଗୃହରକ୍ଷୀ ନିଯୁକ୍ତ ହେବାକୁ ଥିବାବେଳେ ମଇ ୨୦ ତାରିଖ ରୁ ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ କେବଳ ଅପ୍ ଲାଇନରେ ଅବେଦନ ପତ୍ର ଦାଖଲ କରି ପାରିବେ। ଅନଲାଇନ୍ ରେ ଆବେଦନକାରୀ ଚାହିଁଲେ ସମସ୍ତ ତଥ୍ୟ ପାଇ ପାରିବେ। କମ୍ପ୍ୟୁଟର, ବାହନ ଚାଳକ ଦକ୍ଷତା, ବ୍ୟବହାରିକ ଅଭିଜ୍ଞତା, ସ୍ଵତନ୍ତ୍ର ଦକ୍ଷତା ହାସଲ କରିଥିବା ଓ ବିଶେଷ କରି ଯୁବକ ଯୁବତୀ ଆବେଦନକାରୀଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ମଙ୍ଗଳବାର ସଂନ୍ଧ୍ୟାରେ ଜିଲ୍ଲା ପୋଲିସ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି  ନାରାୟଣ ନାୟକ ସୂଚନା ଦେଇଛନ୍ତି l ଜିଲ୍ଲାର ସମସ୍ତ ଥାନା ମାନଙ୍କରେ ମହିଳାଙ୍କ ସୁବିଧା ପାଇଁ ମହିଳା କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଓ ଏହି ନିଯୁକ୍ତି ପ୍ରକ୍ରିୟାକୁ ଖୁବ ସ୍ଵଚ୍ଛତାର ସହ ପରିଚାଳନା କରାଯିବ ବୋଲି ପ୍ରକାଶ କରି କୌଣସି ବି ବ୍ୟକ୍ତି ଏହି ନିଯୁକ୍ତି ପାଇଁ ଯଦି ଲାଞ୍ଚ କାରବାର କରେ ତାହେଲେ ଆପଣ ସିଧା ସଳଖ ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଜଣାଇପାରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି l ଏବଂ ପ୍ରିଣ୍ଟ ମିଡିଆ ସୋସିଆଲ ମିଡ଼ିଆ ଜରିଆରେ ଚାରିଆଡ଼େ ଏହାର ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ନାୟକଙ୍କ ସମେତ ଅତିରିକ୍ତ ଏସପି କେ ହରି ପ୍ରାସାଦ, ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ଡି ଏସ ପି ଚନ୍ଦ୍ର ଶେଖର ଶବର, ରେଣୁକା ସୁନା, ଆର୍ ଆଇ ଶ୍ରୀ ମାରାଣ୍ଡି, ଆର୍ ଆଇ ହୋମ ଗାର୍ଡ ଭକ୍ତ ବନ୍ଧୁ ସେଠ ଯୋଗ ଦେଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ l ସୁବର୍ଣ୍ଣପୁରରେ ନୂଆଁ ଏସପି ଯୋଗଦାନ ପରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିବାରୁ ଜିଲ୍ଲାର ବୁଦ୍ଧିଜୀବି ଏସପିଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.