‘ଉତ୍କଳ କଳାନିଧି’ ସମ୍ମାନ ପାଇଲେ ନାଟ୍ୟ କଳାକାର ସଦାନନ୍ଦ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗାଁର ସଦାନନ୍ଦ ମିର୍ଦ୍ଧା(୫୯) ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ୧୧ତମ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ‘ଉତ୍କଳ କଳାନିଧି’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି, କଳାକାର ଅତିଥି ଭାବେ ଉତ୍ସବରେ ଉପସ୍ଥିତ ରହିଥିଲେ | ସଦାନନ୍ଦ ଏଯାବତ୍ ୩୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ କରି ବହୁ ସମ୍ମାନ ପ୍ରାପ୍ତ କରିସାରିଲେଣି | ପଶ୍ଚିମ ଓଡ଼ିଶା ସାଂସ୍କୃତିକ କଳା ପରିଷଦ ପାଟଣାଗଡ଼ ତରଫରୁ ‘ପଶ୍ଚିମ ଓଡ଼ିଶା କଳା ପ୍ରତିଭା ସମ୍ମାନ’, ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଙ୍ଘ, କୋଣାର୍କ ତରଫରୁ ‘କୋଣାର୍କ ଜାତୀୟ ସମ୍ମାନ’ରେ ତାଙ୍କୁ ସମ୍ମାନିତ କରାଯାଇଛି | ଏହା ବ୍ୟତୀତ ବ୍ଲକସ୍ତରୀୟ ଲୋକ ଉତ୍ସବ ସମେତ ଅନେକ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଛନ୍ତି | ସଦାନନ୍ଦଙ୍କ ମାତ୍ର ୨ ଏକର ଜମି ରହିଥିବା ବେଳେ ମୁଲିଆ କାମ କରି ପରିବାର ପ୍ରତିପୋଷଣ କରିଥା’ନ୍ତି | ଏବେ ଗାଁର ‘ଲାନ୍ତେଶ୍ୱର ନାଟ୍ୟକଳା ପରିଷଦ’ର ସମ୍ପାଦକ ରହିଛନ୍ତି ସଦାନନ୍ଦ | ସରକାରଏ ହି ଅନୁଷ୍ଠାନକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେଲେ ନାଟ୍ୟକଳାକୁ ସମୃଦ୍ଧ କରିବା ଦିଗରେ ଅଧିକ କାର୍ଯ୍ୟ କରିପାରନ୍ତେ ବୋଲି ସେ କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.