ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଡୁଡୁକେଲ ଗ୍ରାମ ଠାରେ ଗୋଲାମୁଣ୍ଡା ଯାଦବ ମହାସଭାର ନୂତନ ବ୍ଳକ ସ୍ତରୀୟ ଯାଦବ ଭବନ ଉଦଘାଟିତ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭାର ସଭାପତି ଗିରିଧାରୀ ତେଜି ଓ ସଂପାଦକ ପରିକ୍ଷିତ ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡର ପୂର୍ବତନ ବିଧାୟକ ମୌଷଧି ବାଗ ଓ ସମ୍ମାନିତ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ଉପ ସଭାପତି ଲମ୍ବୋଦର ନିଆଲ ଯୋଗଦେଇ ଭବନର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଭବନ ସମ୍ମୁଖରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ମାନଙ୍କୁ ସାତଟି ଯାଦବ ସଂକିର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ଏହି ନାମ ଯଜ୍ଞରେ ଗିରିଧାରୀ ତେଜି ଓ ତାଙ୍କ ଧର୍ମପତ୍ନୀ ପିଙ୍କି ତେଜି କର୍ତ୍ତା ଭାବରେ କାମ ତୁଲାଇଥିଲେ । ସେହିଭଳି ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭାର ଉପ ସଭାପତି ସଦାଶିବ ବେମାଲ, ଯୁଗ୍ମ ସଂପାଦକ ଉମାକାନ୍ତ କଟା, କୋଷାଧ୍ୟକ୍ଷ ରୋମାଞ୍ଚଲ ତେଜି, ଡୁଡୁକେଲ ଗ୍ରାମର ରାମ କୃଷ୍ଣ ବଗର୍ତ୍ତି ଭୁମିଦାନ କରି ସହଯୋଗ କରିଥିଲ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରୁ ଯାଦବ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।