ଆସ୍କା ଏମପି ଓ କବିସୂର୍ଯ୍ୟ ନଗର ବିଧାୟକ ଙ୍କ ଲୋକ ସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ମୋଡବାଇ ଗ୍ରାମରେ ଆଜି ଆସ୍କା ଏମପି ଅନୀତା ସୁଭଦର୍ଶିନୀ ଓ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପଦଯାତ୍ରା କରିଛନ୍ତି। ସେମାନଙ୍କ ସହିତ ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଭଞ୍ଜ ନଗର ସଭାପତି ନୀଳମଣି ପାତ୍ର, ପୂର୍ବତନ ଘୁମୁସର ସଭାପତି ପୃଥିବୀ ରାଜ ମହାପାତ୍ର, ଯଂଜ୍ଞ ନାରାୟଣ ଦାଶ, ଯୁବ ନେତା ସୀତାରାମ ପାଣିଗ୍ରାହୀଙ୍କ ସହ ବହୁ ନେତା କର୍ମୀ ଓ ଗ୍ରାମବାସୀ ଏବଂ ମହିଳା ମାନେ ଉପସ୍ଥିତ ଥିଲେ। ପ୍ରଥମେ ମୋଡ଼ାବାଇ ହରିଜନ ସାହିରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଏମାନଙ୍କୁ ଗ୍ରାମବାସୀମାନେ ବିରାଟ ପଟୁଆର ରେ ଓ ମହିଳା ମାନଙ୍କ ହୁଳହୁଳି ଓ ପୁଷ୍ପ ରେ ସ୍ୱାଗତ କରିଥିଲେ | ସେହିଗ୍ରାମର ବରିଷ୍ଟ ନେତା ମୁରଲୀ ପାଣି ସ୍ୱାଇଁ ଙ୍କ ସଂଯୋଜନା ରେ ଏବଂ ଗ୍ରାମବାସୀ ଏବଂ ନେତାଙ୍କ ସହଯୋଗ ରେ ନେତାଙ୍କ ପଦଯାତ୍ରା ଆରମ୍ଭ କରାଯାଇ ଥିଲା | ଇନ୍ଦ୍ରମଣୀ ସ୍ୱାଇଁ ଓ ସନ୍ତୋଷ ସେଠୀ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ | ଏମପି ଓ ବିଧାୟକ ସମସ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସବକା ସାଥ, ସବକା ବିକାଶ ନାରା ଦେଇ ପଦଯାତ୍ରା କରି ଜନ ସାଧାରଣ ଙ୍କ ସମସ୍ତ ଅଭାବ ଓ ଅସୁବିଧା କୁ କିଛି ମାତ୍ରାରେ ଦୂର କରିବା ପାଇଁ ପ୍ରତିଶୃତି ବଧ୍ୟବୋଲି କହି ଥିଲେ | ସେଥି ପାଇଁ ଜନସାଧାରଣ ଧର୍ଯ୍ୟ ଧରନ୍ତୁ ବୋଲି ମତ ଦେଉ ଥିଲେ | ଲୋକମାନଙ୍କ ସମସ୍ୟା ତ ଅନେକ କିନ୍ତୁ ତାହା ଆସ୍ତେ, ଆସ୍ତେ ଦୁରକରି ବାକୁ ମୁଁ ନିଶ୍ଚିତ ଭାବେ ବଦ୍ଧ ପରିକର ଅଟେ ବୋଲି କହିଥିଲେ | ତେବେ ଜନ ସାଧାରଣ ତାଙ୍କୁ ଯେଇଁ ବିଜୟ ର ଟିକା ପିନ୍ଧେଇ ଛନ୍ତି ତାକୁ ସେ କେବେ ବି ଭୁଲି ପାରିବେ ନାହିଁ | ଜନ ସାଧାରଣ ଙ୍କ ସହିତ ସେ ସବୁବେଳେ ରହିଛନ୍ତି ଓ ରହିବେ ବୋଲି ବିଧାୟକ ଓ ଏମପି କହିଛନ୍ତି | ଏହାସହ ଅବସ୍ଥିତ ଶୈବ ପୀଠ ଗୁପ୍ତେଶ୍ୱର ଙ୍କୁ ଦୁହେଁ ସିଂହଦ୍ୱାର ରେ ରହି ଠାକୁରଙ୍କୁ ପ୍ରଣିପାତ କରି ଆଶିଷ ଭିକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମ କୁ ସେମାନେ ମୋଡ଼ା ବାଇ ଗାଁ ସହିତ ରାଉଳ ପଲି, ଏ ଗୋବିନ୍ଦ ପୁର ଓ କୋଳିଦାସ ପୁର ପଞ୍ଚାୟତ ରେ ମଧ୍ୟ ପଦଯାତ୍ରା କରି ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ପଣ୍ଡା, ସମିତି ସଭ୍ୟା ଆଭା ପରିଡା, କିଶୋର ପରିଡା, ମନୋଜ ଦାସ,ସତ୍ୟନାରାୟଣ ରାଉଳ, ଟୁଟୁ ସ୍ୱାଇଁ, ଦୀପକ ସ୍ୱାଇଁ, ଙ୍କ ସହ ଗୋଲା ସାହୁ, ପ୍ରମୋଦ ବେହେରା, ପଦ୍ମନାଭ ନାହାକ, କଂଗ୍ରେସ ସ୍ୱାଇଁ, ସିମାଞ୍ଚଳ ପଲେଇ, ବୁଲୁ ପରିଡା, ବିମ୍ବାଧର ପରିଡା ପ୍ରମୁଖ ଉପସ୍ଥିତ ରହି ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.