ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ତିନିଜଣ ଗୁରୁତର

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଶିଶୁ ସମେତ ତିନି ଗୁରୁତର । ଗୁରୁତର ମାନେ ହେଲେ ରାମି ପେରିସିକା, ସିର୍ଦ୍ଧାଥ ପେରିସିକା ଏବଂ ଶିଶୁ ଦିଲପ ପେରିସିକା । ଏଭଳି ଘଟଣା ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ତୁମ୍ବିତରାଇ ଗାଁରେ । ଗତକାଲି ଏହି ପରିବାର ଜଙ୍ଗଲକୁ ଯାଇ ଫେରିବା ବେଳେ ବାଟରେ ଛତୁଦେଖି ଗୋଟାଇ ଆଣିଥିଲେ । ଉକ୍ତ ଛତୁକୁ ରୋଷେଇ କରି ଖାଇଥିଲେ କିଛି ସମୟ ପରେ ପେଟ ବ୍ୟଥା, ବାନ୍ଥି ହୋଇ ଗୁରୁତର ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯାଗ କରି ଗତ ରାତ୍ର ସମୟରେ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଚିକିତ୍ସା କରିଥିଲେ । ପରିତାପର କଥା ଏହି ପରିବାର ମଧ୍ଯରୁ ଜଣେ ୩ବର୍ଷର ଶିଶୁ ଏହି ବିଷାକ୍ତ ଛତୁଖାଇ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଚିକିତ୍ସା ପରେ ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.