ଗୋଲଡେନ ସ୍ପୋର୍ଟ୍ସ କ୍ଳବ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ

ନିୟମଗିରି ବେଦାନ୍ତ ନଗରକୁ ହରାଇ ଚଣାଲିମା ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ବେଦାନ୍ତ ନଗର ଖେଳପଡିଆଠାରେ ଗୋଲଡେନ ସ୍ପୋର୍ଟ୍ସ କ୍ଳବ ଏବଂ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ନିୟମଗିରି ବେଦାନ୍ତ ନଗର ଓ ଚଣାଲିମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚଣାଲିମା ଦଳ ପ୍ରଥମେ ବ୍ୟାଟିଂ କରି ୧୩ ଓଭର ବିନିମୟରେ ୯ ଉଇକେଟ୍ ହରାଇ ୧୭୭ ରନ୍ କରିଥିଲେ। ଜବାବରେ ନିୟମଗିରି ବେଦାନ୍ତ ନଗର ଦଳ ୧୩ ଓଭର ବିନିମୟରେ ୯ ଉଇକେଟ୍ ହରାଇ ୧୧୧ ରନ୍ କରି ଚଣାଲିମା ଦଳ ଠାରୁ ପରାଜୟ ହୋଇଥିଲେ। ଏହି ମ୍ୟାଚରେ ଚଣାଲିମା ୬୬ ରନରେ ଚାମ୍ପିଅନ ହେଇଥିଲା।ଆଜିର ଫାଇନାଲ ମ୍ୟାଚରେ ବିରଞ୍ଚି ମାଝୀ ଓ ମନୋଜ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ମଧୁସୂଦନ ବାଗ ଓ ଦୁଷ୍ମନ୍ତ ପ୍ରଧାନୀ ସହଯୋଗ କରିଥିଲେ। ସେହିପରି ସ୍କୋର ବୋର୍ଡରେ ରାଜେନ୍ଦ୍ର ମାଝୀ ସହଯୋଗ କରିଥିଲେ। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ବାହ୍ୟ ବ୍ୟାପାର ବିଭାଗର ମୁଖ୍ୟ ପ୍ରବୀଣ କୁମାର ଦାସ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ସିଏସ୍ ଆର ମୁଖ୍ୟ ଶିଶିର ତରଫଦାର,ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ବାତେଲିମା ସରପଞ୍ଚ କରୁଣା ମାଝୀ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ବସନ୍ତ ପଡା ସମିତି ସଭ୍ୟ ପୁଙ୍ଗରି ମାଝୀ, ଜଗନ୍ନାଥ ପୁର ସମିତି ସଭ୍ୟ ପ୍ରଦୀପ ମାଝୀ,ବେଦାନ୍ତ ପକ୍ଷରୁ ଓଁକାର ଆଚାର୍ଯ୍ୟ ଓ ସାନ୍ତାନୁ ବିଶି,ସମାଜସେବୀ ରଘୁ ପାଣି,ଆରବିକେ କଲୋନୀ ମୁଖ୍ୟ ସୁବାଷ ଦଣ୍ଡସେନା,ଯୁବ ସମାଜସେବୀ ଦଶରଥ ମାଝୀ ଓ ହରି ମାଝୀ, ବରିଷ୍ଠ ସମାଜସେବୀ ପୁଙ୍ଗରି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ Iଏହି କାର୍ଯ୍ୟକ୍ରମରେ ନିୟମଗିରି ବେଦାନ୍ତ ନଗର ଗୋଲଡେନ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ସଭାପତି ପବିତ୍ର ମାଝୀ, ଉପସଭାପତି ସନ୍ତୋଷ ମାଝୀ, ସମ୍ପାଦକ ଶତ୍ରୁଘନ ଚାଲାଣ, ସହ ସମ୍ପାଦକ କପୁର ନାଗ, କୋଷାଧ୍ୟକ୍ଷ ଜିତେନ୍ ମାଝୀ, ଦୁଷ୍ମନ୍ତ ପ୍ରଧାନୀ, ଶତ୍ରୁଘନ ପ୍ରଧାନୀ, ସୋମେଶ ମାଝୀ, ପ୍ରଶାନ୍ତ ମାଝୀ, ଗୋବିନ୍ଦ ମାଝୀ, ସୁବ୍ରତ ମାଝୀ, ଭୁଜ ମାଝୀ, ଲଳିତ ଚାଲାଣ, ଶେଷଦେବ ଚାଲାଣ, ମୁନା ମାଝୀ ସମେତ ସ୍ପୋର୍ଟ୍ସ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ମେ ୧୯ ତାରିଖରେ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବିଜେତାଙ୍କୁ ଟ୍ରଫି, ମେଡାଲ ସହ ୪୪,୪୪୪ ଟଙ୍କା ଏବଂ ଉପ ବିଜେତାଙ୍କୁ ଟ୍ରଫି, ମେଡାଲ ସହ ୩୩,୩୩୩ ଟଙ୍କାର ପୁରସ୍କାର ରାଶି ଚେକ ଦ୍ୱାରା ପ୍ରଦାନ କରାଗଲା I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.