ଅଚିହ୍ନା ଯୁବକର ଝୁଳନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

କୋକସରା,୬/୮ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତରାପୁର- ନୁଆଗୁଡା ରାସ୍ତା ପାର୍ଶ୍ବର କିଛିଦୂର ବ୍ୟବଧାନରେ ଥିବା ଚାଷ ଜମିର ଏକ ଗଛରୁ ଜଣେ ଯୁବକଙ୍କ ଝୁଳନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଲୋକେ ତୁରନ୍ତ କୋକସରା ଥାନା ପୋଳିସକୁ ଖବର ଦେପବାପରେ ପୋଳିସ ପହଞ୍ଚି ଶବଟିକୁ କୋକସରା ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସହଯୋଗରେ ଗଛ ମଧ୍ୟରୁ ଉଦ୍ଧାର କରିଥିଲେ । ତେବେ ମୃତ ଯୁବକଙ୍କ ପରିଚୟ ମିଲିପାରିନଥିବା ବେଳେ ମୃତ୍ୟ ପଛର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । ଶବଟିକୁ ପୋଲିସ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରିରହିଥିବା କୋକସରା ଥାନାଧିକାରୀ ସୂର୍ଯ୍ୟନାରୟଣ ପ୍ରଧାନ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.