ଅଚିହ୍ନା ଯୁବକର ଝୁଳନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

କୋକସରା,୬/୮ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତରାପୁର- ନୁଆଗୁଡା ରାସ୍ତା ପାର୍ଶ୍ବର କିଛିଦୂର ବ୍ୟବଧାନରେ ଥିବା ଚାଷ ଜମିର ଏକ ଗଛରୁ ଜଣେ ଯୁବକଙ୍କ ଝୁଳନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଲୋକେ ତୁରନ୍ତ କୋକସରା ଥାନା ପୋଳିସକୁ ଖବର ଦେପବାପରେ ପୋଳିସ ପହଞ୍ଚି ଶବଟିକୁ କୋକସରା ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସହଯୋଗରେ ଗଛ ମଧ୍ୟରୁ ଉଦ୍ଧାର କରିଥିଲେ । ତେବେ ମୃତ ଯୁବକଙ୍କ ପରିଚୟ ମିଲିପାରିନଥିବା ବେଳେ ମୃତ୍ୟ ପଛର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । ଶବଟିକୁ ପୋଲିସ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରିରହିଥିବା କୋକସରା ଥାନାଧିକାରୀ ସୂର୍ଯ୍ୟନାରୟଣ ପ୍ରଧାନ ସୂଚନା ଦେଇଛନ୍ତି ।

କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.