ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଦମ ଏନଜିଓ ମିଳିତ ଭାବେ ପାଳନ କଲେ ବିଶ୍ୱ ସ୍ତନ୍ୟପାନ ସପ୍ତାହ

ନୂଆପଡା,୬/୮ :  ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଉକ୍ତ ବିଭାଗ ଓ କଦମ ଏନଜିଓ ର ମିଳିତ ସହଯୋଗରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ  ପ୍ରାରମ୍ଭରେ ସ୍ଥାନୀୟ ମହାମାୟା କଲେଜର ଛାତ୍ରୀ ଛାତ୍ର ଏବଂ ଅତିଥି ବୃନ୍ଦ କଦମ ଏନଜିଓ ସହ ମିଶି ଏକ ସଚେତନତା ଶୋଭାଯାତ୍ରାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଥିଲେ ।

ସେଠାରୁ ଫେରି ଏହି ଶୋଭାଯାତ୍ରା ଚିକିତ୍ସାଳୟ ଠାରେ ଥିବା ଜିଲ୍ଲା ଶିଶୁ ଓ ମାତୃ ବିଭାଗ କଠୋରୀରେ ଏକ ସଭା ରେ ପରିଣତ ହୋଇ ଥିଲା ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିଏମଓ ଡ଼ା. ପ୍ରଭାସିନୀ ବ୍ରହ୍ମ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ପି.କେ.ବି. ପଟ୍ଟନାୟକ,

ଏଡିଏମଓ ଜ୍ୟୋତ୍ସାରାଣୀ ପଟ୍ଟନାୟକ, ବରିଷ୍ଠ ଡ଼ା ବି.ବି. ଜଗତ, ଏଡିପିଏଚସିଓ ରୁକ୍ମଣୀ ବେହେରା, ଏଫଏସଓ ତପସ୍ୱିନୀ ବେହେରା ଏବଂ କଦମ ଏନଜିଓ ତରଫରୁ ସମ୍ପାଦିକା ଶ୍ରୀମତୀ ଯଜ୍ଞସିନୀ ମହାପାତ୍ର,

ପ୍ରତିଭା ହୋତା, ଗୋବିନ୍ଦ ପଟେଲ, ଅର୍ଜୁନ ବରିହା, ସ୍ନେହଲତା ନନ୍ଦ, ଅନୁପମା ମହାପାତ୍ର, ମୌସମୀ ପଣ୍ଡା, ମନୋରମା ସାହୁ ପ୍ରମୁଖ ରୂପେ ସହଯୋଗ କରି ଥିଲେ । 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.