ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରେଖପୁରର ନବ ପ୍ରତିଷ୍ଠିତ ରାଧାକୃଷ୍ଣ ମନ୍ଦିରରେ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି ଜନ୍ମାଷ୍ଟମୀ ଉତ୍ସବ। ଶୁକ୍ରବାର ମଧ୍ୟାହ୍ନ ୨ ଘଣ୍ଟା ସମୟରୁ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୭ ଘଣ୍ଟା ସାନ୍ଧ୍ୟ ଆଳତି ପରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୩୦ ରୁ ଊର୍ଦ୍ଧ୍ବ ବ୍ରତୀ ଜନ୍ମାଷ୍ଟମୀ ବ୍ରତ କଥା ଶୁଣିଥିଲେ। ମନ୍ଦିରର ପୂଜକ ଟୁନା ପାଢୀ ଜନ୍ମାଷ୍ଟମୀ କୃଷ୍ଣ ଜନ୍ମ ବୃତ୍ତାନ୍ତ ପୁରାଣ ପଢ଼ିଥିଲେ। ଜନ୍ମାଷ୍ଟମୀ ପାଇଁ ରେଖପୁର ରାଧାକୃଷ୍ଣ ମନ୍ଦିରକୁ ରଙ୍ଗୀନ ଆଲୋକ ମାଳାରେ ସୁନ୍ଦର ଭାବରେ ସଜେଇ ଦିଆଯାଇଥିଲା। ଶନିବାର ନନ୍ଦ ଉତ୍ସବ ପାଳନ କରାଯିବ। ଏହା ମଧ୍ୟାହ୍ନ ୨ଟା ରେ ସମାପନ ହେବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ଟର୍ଜିନ ଭୋଇ ସୂଚନା ଦେଇଛନ୍ତି। ସମ୍ପାଦକ ଟିକେରାମ ଭୋଇ, ତୁମେଶ୍ୱର ଭୋଇ ଦୟାନିଧି ଭୋଇ, ତ୍ରିନାଥ ସେଲମା, ଶରତ ସେଲମା, ମୋତିଲାଲ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି ନର୍ଲାରୋଡ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ପାଳିତ ହୋଇଛି ଜନ୍ମାଷ୍ଟମୀ ଉତ୍ସବ।





