ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯାଦବ ଭବନଠାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଥିବାବେଳେ ଭାଗବତିଆ କବି ତଥ ବ୍ଲକ ଯାଦବ ସମିତିର ସାଧାରଣ ସମ୍ପାଦକ ମଧୁସୂଦନ ରାଉତ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ ବ୍ଲକର ଅନେକ ଆଞ୍ଚଳିକ ସଭାପତି, ସମ୍ପାଦକ, କାର୍ଯ୍ୟକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ବ୍ଲକ ଯୁବ ସଭାପତି ପ୍ରଶୁନ୍ କୁମାର ଜାଲ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ଉପଦେଷ୍ଟା ତ୍ରିଲୋଚନ ନାଏକ, ଦିଲ୍ଲିପ ଗହୀର, ମୋହନ ବାଗ, ଦେବରାଜ ବଗର୍ତ୍ତୀ, ସୁଧିର ନାଏକ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





